Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୁଯାତ୍ରାରେ କମ୍ପୁଛି ପରମାଣପୁର, ଆଜି ଆସୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ସମ୍ବଲପୁର: ପରମାଣପୁର ଧନୁଯାତ୍ରା ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ରାଜ ମଥୁରା ନଗରୀ ପ୍ରକମ୍ପିତହୋଇଛି। ପ୍ରତିଶ୍ରୁତି ମୁତାବକ ବସୁଦେବ ଦେବକୀଙ୍କ ଗର୍ଭରୁ ଜନ୍ମିତ ଗୋଟିଏ ପରେ ଗୋଟି ଗୋଟିଏ ଶିଶୁଙ୍କୁ କଂସ ହାତରେ ର ଦେ ଟେକି ଦେଇଛନ୍ତି। ଡି । କଂସ ସମସ୍ତ ଶିଶୁଙ୍କୁ ନିର୍ମମ ଭାବେ ଶିଳରେ କଚାଡ଼ି ମାରିଛି।
ଅନ୍ୟ ପଟରେ ସ୍ଵର୍ଗପୁରରେ ବିଷ୍ଣୁ ନିଜେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରି କଂସକୁ ନିଧନ କରିବେ ବୋଲି ଦେବଗଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସ୍ବପ୍ନରେ ଦେବକୀଙ୍କ ଅଷ୍ଟମ ଗର୍ଭରେ ସ୍ଥାନ ଦେବାକୁ ବିଷ୍ଣୁ ଦେବକୀଙ୍କ ଅନୁମତି ଭିକ୍ଷା କରି ଶ୍ରୀକୃଷ୍ଣ ଜନ୍ମଲାଭ କରିଛନ୍ତି। କୃଷ୍ଣକୁ କାରାଗାରରୁ ମୁଣ୍ଡେଇ ବସୁଦେବ ଗୋପପୁର ନନ୍ଦରାଜାଙ୍କ ଉଆସ ଅଭିମୁଖେ ପହଞ୍ଚିଛନ୍ତି। ସେଠାରେ କୃଷ୍ଣକୁ ଥୋଇ ବିଜୁଳି କନ୍ୟାଙ୍କୁ ଆଣି ପ୍ରତିଶ୍ରୁତି ମୁତାବକ କଂସ ହାତରେ ଟେକି ଦେଇଛନ୍ତି। କଂସ ଶିଶୁ କନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଶିଳରେ କଚାଡ଼ି ମାରିବାକୁ ଉଦ୍ୟମ କରିଛନ୍ତି । ବିଜୁଳି କନ୍ୟା କଂସ ହାତରୁ ଖସି ଯାଇ ଶୂନ୍ୟକୁ ଚାଲିଯାଇ ଅଦୃଶ୍ୟ ହୋଇ ଏକ ଶୂନ୍ୟବାଣୀ କରିଛି। ‘ରେ ରେ ମୂଢ଼ କଂସ, ତୁ ଯାହାକୁ ମାରିବାକୁ ଚାହୁଁଚୁ ସିଏ ଗୋପରେ ବଢୁଛି’ ଶୂନ୍ୟବାଣୀ ଶୁଣି କଂସ କ୍ରୋଧ ଜର୍ଜରିତ ହୋଇ ଉଠିଛନ୍ତି। ହରିବଂଶ ପୁରାଣ ଉପରେ ଆଧାରିତ କଥାବସ୍ତୁ ଅନୁସାରେ ଉ ଚ୍ଚକୋଟିର ଧନୁଯାତ୍ରା କଳାକାରଙ୍କ ଅଭିନୟରେ ଖୁବ ଚିତ୍ତାକର୍ଷକ ହୋଇଛି।
ଷଷ୍ଠ ଦିବସରେ କଂସ ଦରବାରରେ ରାଜଅତିଥି ଭାବେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ହାସ୍ୟ କବି ଗୁଣରଞ୍ଜନ ସାଲିମା ଯୋଗଦେଇ ମହାରାଜା କଂସଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ସ୍ଥାନୀୟ ଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ଓ ପଡ଼ିଆବାହାଲ ସ୍ୱୟଂ ଗ୍ରୁପ ଏକାଡେମୀ ନୃତ୍ୟ ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ମହାରାଜା କଂସଙ୍କ ରାଜକୀୟ ଠାଣି ସହିତ ସମସ୍ତ କଳାକାରଙ୍କ ଅଭିନୟ ଚିତ୍ତାକର୍ଷକ ଓ ହୃଦୟସ୍ପର୍ଶି ହୋଇଥିଲା।