Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରମାଣପୁର ଧନୁଯାତ୍ରାର ସପ୍ତମ ସନ୍ଧ୍ୟା:ଗୋପପୁରରେ ନନ୍ଦୋତ୍ସବ, ପୁତନା ବଧ

ସମ୍ବଲପୁର: ପରମାଣପୁର ଧନୁ ଯାତ୍ରାର ସପ୍ତମ ସନ୍ଧ୍ୟା ଭରପୁର ଦର୍ଶକଙ୍କ ଗହଣରେ ଆଣି ଦେଇଛି ଆନନ୍ଦ ଉଲ୍ଲାସ।ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା | ମଥୁରା ନାଗରୀ
ମହାରାଜ କଂସଙ୍କ ଦ୍ଵାରା ପ୍ରେରିତ ପୁତନାକୁ ଗୋପପୁରେ ଶ୍ରୀକୃଷ୍ଣ ବଧ କରିବା ଦୃଶ୍ୟ ହୃଦୟ ବିଦାରକ ଥିଲା |
ଏହି ନାଟ୍ୟ ଅଭିନୟରେ ବହୁ
ଦର୍ଶକ ତାଳି ମାରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ | ଶୁକ୍ରବାର କଂସ ଦରବାରରେ ରାଜକୀୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଐତିହ୍ୟର ପରମ୍ପରାକୁ ଉଜ୍ଜୀବିତ କରିବାରେ ଏଭଳି ଆୟୋଜନକୁ ଉଚ୍ଚ ପ୍ରଶଂସା କରି ସାମାଜିକ ବିକାଶ ସହିତ ସ୍ଵଛତା ମୂଳମନ୍ତ୍ର ପ୍ରତିଟି ପ୍ରଜାଙ୍କ ମୂଳ ଲକ୍ଷ ହେବା ଉଚିତ ବୋଲି କହିଥିଲେ। ଏଥିରେ ରେଙ୍ଗାଲିର ପୁର୍ବତନ ବିଧାୟକ ନାଉରୀ ନାଏକ ମଧ୍ୟ୍ୟ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଶ୍ରୀ ନାଏକଙ୍କୁ ମହାରାଜା କଂସ ଧନୁଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ।