ଉଲୁଣ୍ଡା : (ସୌମିତ୍ରି ମେହେର):
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଧର ବାଗ୍ ଅତିଥି ଭାବେ ଯୋଗଦେଇ ଥିଲେ । ଏ ଅବସରରେ ୨୦୨୪ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥବା ଛାତ୍ର ସୁବର୍ଣ୍ଣେଶ୍ବର ବେଦବାକ୍ଙ୍କୁ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ବାଗ୍ ଏହି ଛାତ୍ରଙ୍କୁ ଓ ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ତିନି ହଜାର ଟଙ୍କାର ଆର୍ଥିକ ରାଶି ଏକ ଚେକ୍ ଜରୀଆରେ ପ୍ରଦାନ କରିଥିଲେ I ଏହା ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଅନ୍ୟତମ ଅତିଥି ଶ୍ରୀମତୀ ମଞ୍ଜୁଲତା ଭୋଇ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ , ସୋନପୁର ଓ ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେରଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ । ପୁନଶ୍ଚ ଶ୍ରୀବାଗ୍ ଏହା ମଧ୍ୟ ଘୋଷଣା କରିଥିଲେ କି, ଆଗାମୀ ବର୍ଷମାନଙ୍କରେ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏହି ଘୋଷଣା ତଥା ନିଷ୍ପତ୍ତିକୁ ଉପସ୍ଥିତ ଅଭିଭାବକ , ବୁଦ୍ଧିଜୀବୀ ସ୍ବାଗତ କରି ପ୍ରଶଂସା କରିଥିଲେ ।