Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମ ସମ୍ବଲପୁରରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ ଆଇଏମପିଇସି ୨୦୨୫’ ଆୟୋଜିତ

ସମ୍ବଲପୁର:ଦେଶର ଅଗ୍ରଣୀ ମ୍ୟାନେଜମେଟ ପ୍ରତିଷ୍ଠାନ ଆଟ୍ଟ ଇଆଇଏମ ସମ୍ବଲପୁରରେ ଆନ୍ତର୍ଜାତୀୟ ମ୍ୟାନେଜମେଟ ପ୍ରସପେକ୍ଟିବ ସମ୍ମାନ ସମ୍ମିଳନୀ (ଆଇଏମପିଇଓ) ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଲକ୍ଷ ସହିତ ସମନ୍ବିତ ହୋଇ ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ଲିଡର, ଗବେଷକ ଓ ଶିକ୍ଷାବିତ ମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ। ଏଥିରେ ଉଭୟ ଅନଲାଇନ ଓ ଅଫଲାଇନରେ ४०० ସନ୍ଦର୍ଭ କରାଯାଇଥିଲା। ସମାରୋହରେ ଉପସ୍ଥାପନ ଉଦ୍ ଘାଟନୀ ମୁଖ୍ୟଅତିଥି ଭାବେ ମହାନଦୀ କୋଲ୍ ଫିଲ୍‌ଡସ ଲିମିଟେଡର ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ
ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆଦାନୀ ଗ୍ରୀନ୍ ଏନର୍ଜିର ମୁଖ୍ୟ ସ୍ଥାୟୀ ଅଧିକାରୀ ପଙ୍କଜ କେ ବର୍ମା, ଟିପିଡବ୍ଲୁଓଡିଏଲର ସିଇଓ । ପ୍ରବୀଣ କୁମାର ବର୍ମା ଓ ଆଇଆଇଏମସି ମସିର ପ୍ରଫେସର ମୃଣାଳ ଗାଳ ଚାଟାର୍ଜୀ ଯୋଗ ଦେଇଥିଲେ। ଏହି ଆଲୋଚନାରେ ଆଇଆଇଏମ୍
ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ଏମ୍‌ ଡି ଆଇ ଗୁରଗାଓଁର ନିର୍ଦ୍ଦେଶକ ଡ. ଅରବିନ୍ଦ ସହାୟ, ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ଡ. ଶ୍ରୀପଦ କର୍ମଲକର ଏବଂ ଆଇଆଇଏମ୍ ତିରୁଚିରାପଲ୍ଲୀର ନିର୍ଦ୍ଦେଶକ ଡ. ପବନ କୁମାର ସିଂହ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ