ପାତାଳୀ ଶ୍ରୀକ୍ଷେତ୍ର ରେ ଚାଲିଥିବା 20 ତମ ପାତାଳୀ ମହୋତ୍ସବର ଚତୁର୍ଥ ଦିବସ ରେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ


ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ଆଜି ୪ର୍ଥ ସନ୍ଧ୍ୟା ରେ ପହଞ୍ଚିଛି । ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ବରିଷ୍ଠ ଓକିଲ ଗୌରିଶ୍ୟାମ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଦୀପ ସେଠୀ ଓ କୋଶଳ ସଂଗ୍ରାମୀ ରମଣୀ ଦନ୍ତା ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ । ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ । ଏହି ଅବସରରେ ରବିବାର ଚତୁର୍ଥ ସନ୍ଧ୍ୟାରେ ଅନନ୍ତ କଳାପରିଷଦ କେନ୍ଦ୍ରାପଡ଼ା ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେପଟେ ମହାପ୍ରଭୁଙ୍କ ଦୁର୍ଲଭ ୩୨ ବେଶ ପ୍ରଦର୍ଶନରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶକ କରୁଛନ୍ତି।୫୬ପ୍ରହରୀ ନାମ ସଂକୀର୍ତ୍ତନ ରେ ରବିବାର ରେଡମ ଗାଁ ସଙ୍କୀର୍ତ୍ତନ ମଣ୍ଡଳୀ ର ଦାୟିତ୍ୱ ଥିଲା । ଛଳିଆ ପାହାଡରେ ମନ୍ଦିର ନିକଟରେ ହେଉଥିବା ଭାଗବତ ସପ୍ତାହ ପାରାୟଣରେ “କୃଷ୍ଣ ଜନ୍ମ” ପଠନ କରାଯାଇଥିଲା । ଭାଗବତ ସପ୍ତାହ ପାରାୟଣ ରେ ପୂଜକ ଭାବରେ ଚିତ୍ତରଞ୍ଜନ ପାଢୀ , ଗାୟକ ଭାବେ ସୁଧିର ପୁରୋହିତ ଓ ବାଦ୍ୟଯନ୍ତ୍ର ରେ ନରେନ୍ଦ୍ର ବାଘ , ପଞ୍ଚାନନ ମନ୍ତ୍ରା, ଅଚ୍ୟୁତ କୁରୁକୁରିଆ ସହଯୋଗ କରୁଛନ୍ତି। ଏଥିରେ ପ୍ରମୁଖ ଦାୟିତ୍ଵ ଭାବରେ ବୀରମିତ୍ର ପଧାନ ଓ ହୃଷିକେଶ ପଧାନ ଦାୟିତ୍ୱ ନିର୍ବାହ କରୁଛନ୍ତି। ଘୃତଯଜ୍ଞ ରେ ପୂଜକ ଭାବେ ଅର୍ଜୁନ ପଣ୍ଡା ଓ କର୍ତ୍ତା ଭାବେ ଗାଁ ର ଗୌନ୍ତିଆ ଚମରା ଅମାତ୍ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ତୁଲାଉଛନ୍ତି। ଏହି ମହୋତ୍ସବ ୨୦ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହୋଇଆସୁଅଛି । ଏହି ମହୋତ୍ସବ ୮ଦିନ ମହାସମାରୋହରେ ଅନୁଷ୍ଠିତ ହେବା ବେଳେ ୬ ତାରିଖରେ ପୂର୍ଣ୍ଣାହୂତି ହେବ। ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହ ମହାପ୍ରଭୁଙ୍କ ଦର୍ଶନ ତଥା ବିଲମ୍ବିତ ରାତ୍ରି ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।