ବିଶ୍ବବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ ଅଭିଯୋଗ; ୧୦ ଗିରଫ ମଧ୍ୟରେ ସମ୍ବଲପୁର ପ୍ରଫେସର, ଘର ସିଲ


ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଏଣ୍ଡ ଆର୍ଦ୍ର ଆକ୍ରିଡେସନ କାଉନସିଲ୍ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ
ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି । ତାଙ୍କର ପରିଚୟ ବୁଡୁ ମହାରଣା ବୋଲି ଜଣାପଡିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ କିପି ସାରଥୀ ଶର୍ମା, ରାଜା ହରିନ,
ଏ ରାମକୃଷ୍ଣ, ସମରେନ୍ଦ୍ର ନାଥ ସାହା ଏବଂ ଗାୟତ୍ରୀ ଦେବରାଜ । ଜ୍ୟୋତି ବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ କରାଯିବା ସହ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ର ହୋଇଛି । ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅନ୍ଧ୍ରପ୍ରଦେଶ ଗୁଣ୍ଠୁର ସହରରେ ଥିବା ଏହି ଶିକ୍ଷାନୁଷ୍ଠାନକୁ ନାକ ପକ୍ଷରୁ ପରିଦର୍ଶନରେ ୬ ଜଣିଆ ଟିମ୍ ଯାଇଥିଲା । ଏଥିରେ ପ୍ରଫେସର ବୁଲୁ ମହାରଣା ସାମିଲ ଥିଲେ । ସେହି ଅନୁଷ୍ଠାନର ରେଟିଂ ବୃଦ୍ଧି କରିବାକୁ ଏହି ଟିମ୍ ଲାଞ୍ଚ ଦାଟି କରିଥିଲେ । ନାକ ରେଟିଂ”ରେ ଏ ++ ଗ୍ରେଡ୍ ପାଇବା ପାଇଁ ଏହି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ‘ନାକ’ ଟିମର ସଦସ୍ୟଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ସୁନା ଓ ମୋବାଇଲ୍ ଫୋନ୍ ଲାଞ୍ଚ ଭାବେ ଦିଆଯାଇଥିଲା । ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ନଗଦ ୩୭ ଲକ୍ଷ ଟଙ୍କା, ୬ଟି ଲାପଟପ୍ ଏବଂ ଆଇଫୋନ୍, ୧୬ ପ୍ରୋ ମୋବାଇଲ ଜବତ କରାଯାଇଛି ।