Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ବସିବ ଏୟାର ଫୋର୍ସ ରାଡାର

ସମ୍ବଲପୁର, ୩୦|୧: ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ନ୍ଦ୍ର ସମ୍ବଲପୁର। ଏଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଡୋପଲର ଅତ୍ୟାଧୁନିକ ରାଡାର ପ୍ରତିଷ୍ଠା ପାଇଁ ଚୂଡ଼ାନ୍ତ ହୋଇଛି। ଏ ନେଇ ଖୁବ୍ ଶୀଘ୍ର ସାମରିକ ବାହିନୀ ପକ୍ଷରୁ ଏକ ଉଚ୍ଚvକ୍ଷମତା ସମ୍ପନ୍ନ ରାଡାର ସ୍ଥାପନ ହେବାର ଯୋଜନା ରହିଛି । ଏଥିପାଇଁ ସମ୍ବଲପୁର ମହାନଗରର ୨୫ କିଲୋମିଟର ପରିଧି ମଧ୍ଯରେ ଜାଗା ଚିହ୍ନଟ ପ୍ରକ୍ରିୟା ଯୁଦ୍ଧକାଳୀନ ଭିଭିରେ ଚାଲିଛି। ଫେବୃୟାରୀ ସୁଦ୍ଧା ଜମି ଅଧିଗ୍ରହଣ ଚୂଡ଼ାନ୍ତ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଥ‌ିବା ଜଣାପଡ଼ିଛି। ଏହି ରାଡାର ସ୍ଥାପନ ପାଇଁ ଏୟାର ଫୋର୍ସର ଜଣେ ଅଧିକାରୀ ଓ ଜଣେ ଯବାନ ସ୍ବତନ୍ତ୍ର ଭାବରେ ମୁତୟନ ହୋଇଛନ୍ତି I ଜାଗା ନିରୂପଣ ସୂଚନା ଅନୁସାରେ ଗୋଟିଏ ମୌଜାରେ ଅଢେଇ ଏକର ଓ ନିକଟସ୍ଥ ମୌଜାରେ ପ୍ରାୟ ୩୪ ଏକର ଜାଗା ଚିହ୍ନଟ କରାଯାଇଛି। ପୂର୍ବରୁ ଓଡ଼ିଶାରେ ଏୟାର ଫୋର୍ସ ଅଧୀନସ୍ଥ ରାଡାର ବ୍ୟବସ୍ଥା ନଥିଲା।ଏବେ ଏହି ରାଡାର ପ୍ରାୟ ୫ ଶହ କିଲୋମିଟର ଆକାଶ ପରିଧିରେ ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ ରାଜ୍ୟକୁ ପରିସରଭୁକ୍ତ କରି କୌଣସି ବସ୍ତୁକୁ ଆକାଶ ମାର୍ଗରେ ଚିହ୍ନଟ କରିପାରିବ। ଓଡ଼ିଶାରେ ହୀରାକୁଦ ନଦୀବନ୍ଧର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏୟାର ଫୋର୍ସ ରାଡାର ସ୍ଥାପନ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।