Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହ ବନ୍ଧନରେ ଆବଦ୍ଧ ହେବେ ଆଉ ୨ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଓଡିଶା-କ୍ୟାଡର ଆଇଏଏସ୍ ଅଧିକାରୀ। ସୂଚନାନୁସାରେ ପୁରୀ କଲେକ୍ଟର ଭାବରେ କାର୍ଯ୍ୟ କରୁଥିବା ସମର୍ଥ ବର୍ମା ଏବଂ ରାୟାଗଡା କଲେକ୍ଟର ସ୍ବଧା ଦେବ ସିଂ ଆସନ୍ତା ୨୧ରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ସମର୍ଥ ବର୍ମା ୨୦୧୦-ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ। ସେ ଆଇଆଇଟି କାନପୁରରୁ ମେକାନିକାଲ୍ ଇଞ୍ଜିନିୟର କରିଛନ୍ତି। ସେ ଏହାପୂର୍ବରୁ ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିବା ସହଯୋଗୀ ଅଧିକାରୀ ଶୁଚି ସିଂଙ୍କୁ ସେ ବିବାହ କରିଥିଲେ।

ସ୍ବଧା ହେଉଛନ୍ତି ଚଞ୍ଚଲ ରାଣାଙ୍କ ପୂର୍ବତନ ପତ୍ନୀ। ସେ ୨୦୧୩-ବ୍ୟାଚ୍ ଆଇଏଏସ୍‌ ଅଧିକାରୀ।

ଉଲ୍ଲେଖଯୋଗ୍ୟ, ଆଇଏଏସ୍‌ ଅଧିକାରୀ ଚଞ୍ଚଳ ରାଣା ଏବଂ ସମ୍ବଲପୁର କଲେକ୍ଟର ଅନନ୍ୟା ଦାସ ଗତ ୨ ତାରିଖରେ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି। ସେମାନେ ଆସାମର ଗୌହାଟୀର ଏକ ହୋଟେଲରେ ବିବାହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ