Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାହୁଲ ଗାନ୍ଧୀ ଓ ଗାନ୍ଧୀ ବିଚାର ମଞ୍ଚ ନାମରେ ଏତଲା ଦେଲା ଝାରସୁଗୁଡ଼ା ସିଟିଜନ ଫୋରମ୍

ସମ୍ବଲପୁର : ଉଦ୍ଦେଶ୍ୟ ମୂଳକ ଭାବେ ହିନ୍ଦୁ ବିରୋଧି ତଥା ଦେଶ ବିରୋଧୀ ମତ ଦେଉଥିବା ରାହୁଲ୍ ଗାନ୍ଧୀ ଓ ସାମାଜିକ ବିଦ୍ୱେଷ , ହିନ୍ଦୁ-ମୁସଲମାନ ସାମ୍ପ୍ରଦୟିକ ଦଙ୍ଗା ସୃଷ୍ଟିକାରୀ ସଭା ଆୟୋଜନ କରୁଥିବା ଝାରସୁଗୁଡ଼ା “ଗାନ୍ଧି ବିଚାର ମଞ୍ଚ” ବିରୁଦ୍ଧ ରେ ଝାରସୁଗୁଡ଼ା ନାଗରିକ ଫୋରମ୍ ଏତଲା ଦେଇ ଆଇନ୍ ଗତ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛି। ଫୋରମ୍ ର କର୍ମ କର୍ତ୍ତା ମାନେ ଆଜି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।
ଫୋରମ୍ ର ଅଭିଯୋଗ ଅନୁସାରେ, ରାହୁଲ୍ ଗାନ୍ଧୀ ବାରମ୍ବାର ହିନ୍ଦୁ ଧର୍ମ, ସନାତନ ଧର୍ମ, ବିରୁଦ୍ଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ଆସୁଛନ୍ତି। ବିଜେପି ଆରଏସଏସ ବିରୁଦ୍ଧରେ କହିବାକୁ ଯାଇ ଉଦ୍ୟେଶ ମୂଳକ ଭାବେ ଦେଶ ବିରୁଦ୍ଧରେ ମତ ଦେଉଛନ୍ତି। ଏପରିକି ଦେଶ ବିରୁଦ୍ଧରେ ଲଢେ଼ଇ କରୁଥିବା ସମ୍ବନ୍ଧରେ ଖୋଲା ଖୋଲି କହୁଛନ୍ତି। ଯାହାକି ବିଭିନ୍ନ ଗଣ ମାଧ୍ଯମରେ ପ୍ରସାର କରାଯାଇଅଛି । ଏହା ସମଗ୍ର ଦେଶବାସୀ ଙ୍କୁ ଚକିତ କରୁଛି । ଏଣୁ ଏପରି ଦେଶ ବିରୁଦ୍ଧରେ ଲଢେ଼ଇ କରୁଥିବା କହି ଦେଶରେ ଅଶାନ୍ତ ବାତା ବରଣ ସୃଷ୍ଟି କରୁଥିବା କଂଗ୍ରେସ୍ ନେତା ରାହୁଲ ଗାନ୍ଧି ଙ୍କ ଵିରୁଦ୍ଧ ରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରା ଯାଇଛି।
ସେହିପରି ଝାରସୁଗୁଡ଼ାର “ଗାନ୍ଧୀ ବିଚାର ମଞ୍ଚ” ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ ଗତ ଡ଼ିସେମ୍ବର ମାସ ୧ ତାରିଖରେ ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ରେ ଏହି ଆଲୋଚନା ଚକ୍ର ଅୟୋଜନ କରା ଥିଲା। ଯାହା କି ଫେସ୍ ବୁକ୍ ରେ ସିଧା ପ୍ରସାରଣ କରା ଯାଇଥିଲା ଆଲୋଚନାଚକ୍ରରେ ହିନ୍ଦୁ – ମୁସଲମାନ ସାମ୍ପ୍ରଦୟିକ ଦଙ୍ଗା ସୃଷ୍ଟି କରିବା ଭଳି ମନ୍ତବ୍ୟ ଦିଆ ଯାଇଥିଲା। ମହାନ୍ କ୍ରାନ୍ତିକାରୀ ବୀର ସାୱର କର, ବୀର ଭଗତ ସିଂ,ଆରଏସଏସ ବିଜେପି ବିରୋଧରେ ଅଧିକ ଆପତ୍ତି ଜନକ ମନ୍ତବ୍ୟ ପ୍ରଦାନ କରାଯାଇଥିଲା। ଯାହାକି ଅକ୍ଷମଣୀୟ ।
ଏହି ଆଲୋଚନା ଚକ୍ରରେ ଦିଲ୍ଲୀ ଅଂଚଳର ରାହୁଲ ଦେବ ନାମକ ସାମ୍ବାଦିକ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଆଲୋଚନାରେ ସାମାଜିକ ବିଦ୍ୱେଷକାରୀ ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ତଥା ହିନ୍ଦୁ- ମୁସଲମାନ ବିଦ୍ୱେଷ ସୃଷ୍ଟି କାରୀ ମନ୍ତବ୍ୟ ଦିଆ ଯାଇଥିଲା। ଏହି ଆଲୋଚନାରେ ‘ନାଥୁରାମ ଗଡସେ ଜଣେ “ହିନ୍ଦୁ” ଓ ସେ ମହାତ୍ମା ଗାନ୍ଧୀ ଙ୍କୁ ହତ୍ୟା କରିଥିଲା” , ” ଭଲ ହୋଇଛି କି ଜଣେ ହିନ୍ଦୁ ଗାନ୍ଧୀକୁ ହତ୍ୟା କଲା” ବୋଲି କୁହାଯାଇଥିବା ବେଳେ “ନାଥୁରାମ୍ ଜିନ୍ନା କୁ କାହିଁକି ମାରିଲାନି” ବୋଲି ପ୍ରଶ୍ନ ଉଠା ଯାଇଥିଲା। “ମୁସଲମାନ ଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରି ରାଜନୀତି କରିବା ଲୋକ ଙ୍କ ଶକ୍ତି ବୃଦ୍ଧି ପାଇଁ ଗାନ୍ଧୀଙ୍କୁ ହତ୍ୟା କରା ଯାଇଥିଲା” ବୋଲି କୁହା ଯାଇଥିଲା । “ଦେଶର ବର୍ତ୍ତମାନର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏପରିକି ମୂଖ୍ୟମନ୍ତ୍ରୀ ବିଦେଶ ରେ ଗାନ୍ଧୀ ଙ୍କୁ ନକଲି ଇଜ୍ଜତ ଦେଉଛନ୍ତି” ବୋଲି ଆକ୍ଷେପ କରା ଯାଇଥିଲା । “ନ ହେଲେ ବିଦେଶରେ ବହିଷ୍କାର ହୋଇ ଯିବେ” ବୋଲି କୁହା ଯାଇଥିଲା। “ସତର୍କ ନ ରହିଲେ ସମସ୍ତଙ୍କ ମୁଣ୍ଡରେ ଗେରୁଆ ପଗଡ଼ି ବାନ୍ଧି ଦିଆଯିବ ଓ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇ ମୁସଲମାନଙ୍କୁ ମାର ବୋଲି କହିବେ” ବୋଲି କହି ପରୋକ୍ଷ ରେ ବିଜେପି ଓ RSS କୁ ଆକ୍ଷେପ କରଯାଇଥିଲା।ଏପରି ମନ୍ତବ୍ୟ ଓଡିଶାର ହିନ୍ଦୁ -ମୁସଲମାନ ଦଙ୍ଗା ସୃଷ୍ଟି ଆଶଙ୍କା ସୃଷ୍ଟି କରିଛି।
“RSS ଓ ବିଜେପି କୁ ଗାନ୍ଧୀ ବିରୋଧି ବିଚାରଧାରା ମୁସଲମାନ ଙ୍କୁ ଘୃଣା କରାଇବା ସିଖାଉଛି” ବୋଲି କୁହା ଯାଇଥିଲା। “ଏଥିପାଇଁ ଏକ ମିଛ ଭରା ଇତିହାସ ତିଆରି କରା ଯାଉଛି” ବୋଲି କୁହାଯାଇଥିଲା। ଏହି ଆଲୋଚନା ମଧ୍ୟମ ର ରାଜ୍ୟରେ ହିନ୍ଦୁ- ମୁସଲମାନ ଦଙ୍ଗା ସୃଷ୍ଟି କରିବାକୁ ଉସୁକାଇବା ଭଳି ହୀନ ପ୍ରୟାସ କରଯାଇଛି।
ଭଗତ ସିଂହ ଭଳି ମହାନ ସ୍ଵାଧୀନତା ସଂଗ୍ରାମୀ ଙ୍କୁ ମଧ୍ୟ ଉପହାସ କରା ଯାଇଥିଲା। ‘ ସେ ଭୁଲ୍ ଲୋକଙ୍କୁ ମାରି ଥିଲେ ଓ ତାଙ୍କ ଉଦ୍ୟେସ ହାସଲ ହୋଇ ପାରି ନଥିଲା’ ବୋଲି କୁହାଯାଇଥିଲା। ଏପରିକି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସାୱରକର ଙ୍କୁ ଉପହାସ କରଯାଇଥିଲା।
ବୀର ସାୱରକର ଙ୍କୁ ମଧ୍ୟ ଉପହାସ ଓ ଅପମାନିତ କରା ଯାଇଥିଲା। “ସlୱରକର କିଛି କରି ନଥିଲେ ଆରାମ ରେ ବସିଥିଲେ । କେବଳ ଲୋକଙ୍କ ବ୍ୟବହାର କରି ବହୁ ହତ୍ୟା କରାଇଥିଲେ” ବୋଲି କୁହାଯାଇଥିଲା। ସେ କୌଣସି ନେତା ନଥିଲେ ବୋଲି କୁହାଯାଇ ଛାତ୍ର ଛାତ୍ରୀ ଓ ଉପସ୍ଥିତ ଶ୍ରୋତାଙ୍କ ମନ ଭିତର ସଂଗ୍ରାମୀ ବୀର ଭଗତ ସିଂ ଓ ବୀର ସାୱର କର ଙ୍କ ପ୍ରତି ଅସମ୍ମାନ ମାନସିକତା ସୃଷ୍ଟି କରାଯାଇଥିଲା । ହିନ୍ଦୁ – ମୁସଲମାନ ସାମ୍ପ୍ରଦାୟିକ ଭେଦ ସୃଷ୍ଟି କାରୀ ଭାଷଣ ଦିଆ ଯାଇଥିଲା। ଏହି ଆଲୋଚନା ଚକ୍ରକୁ ଫେସ୍ ବୁକ୍ ରେ ସିଧା ପ୍ରସାରଣ କରା ଯାଇଥିଲା ।
ଲୋକଙ୍କୁ ଅଧିକ ପ୍ରଭାବିତ କରିବା ପାଇଁ ଏହି ଆଲୋଚନା ଚକ୍ର ର କିଛି ଅଂଶ ମୋବାଇଲ୍ରୁ ମୋବାଇଲ୍ କୁ ଭାଇରାଲ କରା ଯାଉଛି। ଭାଷଣ ରେ ଉପରେ ଲିଖିତ ଆପତ୍ତି ଜନକ କଥା ଥିବାରୁ ଓଡ଼ିଶାରେ ଅଶାନ୍ତ ର ଚାପା ବାତାବରଣ ସୃଷ୍ଟି ହେଉଛି। ଯାହାକି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି କରିଛି । ସର୍ବୋପରି ମହାବିଦ୍ୟାଳୟ ପରି ପବିତ୍ର ଶିକ୍ଷାନୁଷ୍ଠାନ କୁ ବ୍ୟବହାର କରାଯାଇ ଥିବାରୁ ମୋର ଓ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ତଥା ଝାରସୁଗୁଡ଼ା ଜିଲ୍ଲା ବାସୀଙ୍କ ମନରେ ଗଭୀର ଆଘାତ ଦେଇଛି।
ମେହେବୁବ୍ ମାହତାବ (ଯିଏ ନିଜେ ଜଣେ ଅଣ ହିନ୍ଦୁ ) ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ର ଅଧ୍ୟାପକ ତପନ ବାରିକ ଏହି ଆଲୋଚନା ଚକ୍ର ଆୟୋଜନ କରାଇଥିଲେ। “ଗାନ୍ଧୀ ବିଚାର ମଞ୍ଚ” ଆନୁକୁଲ୍ୟରେ ଏଲଏନ କଲେଜ ରେ ଏହି ଆଲୋଚନା ଚକ୍ର ଆୟୋଜନ କରାଇଥିଲେ ବୋଲି ଅଭିଯୋଗ କରାଯାଇଛି। ଉଦ୍ୟେଶ ମୁଳକ ଭାବେ ଓଡ଼ିଶାରେ ଅଶାନ୍ତ ର ବାତାବରଣ ସୃଷ୍ଟି ପାଇଁ “ଗାନ୍ଧୀ ବିଚାର ମଞ୍ଚ” ଅନୁକୁଲ୍ୟ ରେ ଏପରି ଆଲୋଚନା ଚକ୍ର ଅୟୋଜନ କରାଇ ଆସୁଛନ୍ତି। ଅତୀତରେ ହୋଟେଲ୍ ମୋହିନୀ ରୟାଲରେ ମଧ୍ୟ ‘ଗାନ୍ଧୀ ବିଚାର ମଞ୍ଚ’ ନାମରେ ଏକ ଆଲୋଚନା କରାଇଥିଲେ । ଯେଉଁଥିରେ ଆଣ୍ଟି -କା ଆନ୍ଦୋଳନ ସମର୍ଥକ ତଥା ଦିଲ୍ଲୀ ର ବିବାଦୀୟ ପ୍ରଫେସର ଅପୂର୍ବlନନ୍ଦଙ୍କୁ ଡକାଇ ଥିଲେ। ଆଲୋଚନାରେ ଅପୂର୍ବlନନ୍ଦ ବ୍ରାହ୍ମଣ ସମାଜ କୁ ଆକ୍ଷେପ କଲା ଭଳି କଥା କହିଥିଲେ ଯାହାକି ଝାରସୁଗୁଡାର ବୁଦ୍ଧିଜୀବୀ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲେ।
ଏଣୁ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବା କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧି ଓ ‘ଗାନ୍ଧୀ ବିଚାର ମଞ୍ଚ’ ଆଳରେ ଦେଶ ବିରୋଧି ତତ୍ତ୍ଵ ଙ୍କ ମାଧ୍ୟମରେ ସାମାଜିକ ଅଶାନ୍ତି ଓ ଦଙ୍ଗା ସୃଷ୍ଟି କରିବା ହୀନ ପ୍ରୟାସ କରୁଥିବା ଗାନ୍ଧୀ ବିଚାର ମଞ୍ଚ ର କର୍ମକର୍ତ୍ତା , ମେହେବୁବ ମାହତାବ, ଅଧ୍ୟାପକ ତପନ ବାରିକ ଓ ମହା ବିଦ୍ୟାଳୟ କର୍ତ୍ତୃପକ୍ଷ ବିରୁଦ୍ଧ ରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଝାରସୁଗୁଡ଼ା ନାଗରିକ ଫୋରମ୍ ଦାବି କରିଛି।
ଫୋରମ୍ ତରଫରୁ, ଆଇନଜୀବୀ ରାମହରି ପୂଜାରୀ, ଅରବିନ୍ଦ ପାଠକ, ଜିତେନ୍ଦ୍ର ପଟନାୟକ, ଧନଞ୍ଜୟ ସିଂହ, ସଞ୍ଜୀବ ଝା, ବାପି ସାହୁ, ଅଶ୍ଵିନୀ ପ୍ରଧାନ, ଆଦିତ୍ୟ ଚୌଧୁରୀ, ରାଜେଶ କୁମାର୍ ମହାପାତ୍ର, ଚିତ୍ତରଞ୍ଜନ ବେହେରା, ସନ୍ୟାସୀ ପ୍ରଧାନ, ବିମଳ ଶର୍ମା, ମୁନା ମେହେର, ଧରମ ନାଥ ସିଂହ, କୁଲ ଦିପ ପ୍ରଧାନ, ଦିନେଶ କୁମାର ନାଏକ ଙ୍କ ସମେତ ବହୁ ନାଗରିକ ଆଇଜି ଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଥିଲେ।
ଏପରି ସମ୍ବେଦନଶିଳ ଘଟଣାରେ ଲିଖିତ ଅଭିଯୋଗ ପାଇ ତୁରନ୍ତ ମାମଲା ରୁଜ୍ଜୁ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇଜି ହିମାଂଶୁ ଲାଲ ଝାରସୁଗୁଡ଼ା ଏସପିଙ୍କୁ ନିର୍ଦେଶ ଦେଇଥିବା କୁହାଯାଇଛି।