Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକ୍ରାନ୍ତ କରି ଲୋକଙ୍କୁ ଉଠାଇ ନେଲେ, ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ଉଦ୍ୟମ

ହାଟଡିହି,୬l୨-:ରାଜ୍ୟ ସରକାର ଏହି ବିକଶିତ ଗାଁ, ବିକଶିତ ଓଡିଶା ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା l ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିପିଏମ ମଧୁସ୍ମିତା ଦାସ,ସୁଶାନ୍ତ କୁମାର ଜେନା, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି ଏବଂ ଅନ୍ୟ ବ୍ଲକ କର୍ମଚାରୀ, ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟା/ସଭ୍ୟ ଅନୁପସ୍ଥିତ ଥିଲେ l ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି ଅଳ୍ପ କିଛି ସମୟ ପାଇଁ ବୈଠକରେ ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭାଷଣ ଆରମ୍ଭ କରିବା ମାତ୍ରେ ବ୍ଲକର କିଛି କର୍ମଚାରୀ ଉପସ୍ଥିତ ମହିଳା ଏବଂ ପୁରୁଷ ଲୋକଙ୍କୁ ଭୋଜନ ନିମନ୍ତେ ଡାକି ଥିଲେ l ଲୋକ ମାନେ ଭୋଜନ କରିବାକୁ ଚାଲି ଯାଇଥିଲେ l ଫଳରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ କେହି ନଥିଲେ l ଚେୟାର ଫାଙ୍କା ପଡିଥିଲା l କେବଳ ବିଡ଼ିଓ, ହାତ ଗଣତି ଲୋକ ପ୍ରତିନିଧି ଏବଂ ବ୍ଲକ କର୍ମଚାରୀ ଆଗ ଧାଡିରେ ବସିଥିଲେ l ଲୋକ ମାନଙ୍କୁ ବିଡ଼ିଓ ବାରମ୍ବାର ବସିବାକୁ ଅନୁରୋଧ କରିଥିଲେ ସୁଦ୍ଧା କେହି ଶୁଣି ନଥିଲେ l ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର,ବିଡ଼ିଓ ରଞ୍ଜନ କୁମାର ପରିଡା, ଉପସ୍ଥିତ ଅନ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସଭା ଟି ପୂର୍ଣ୍ଣାଙ୍ଗ ନହେବା ପୂର୍ବରୁ ଏପରି ଉଠିଯିବା କି ପ୍ରକାର ଭଦ୍ରାମି ବୋଲି ପ୍ରଶ୍ନ ଉଠିଥିବା ବେଳେ ଲୋକ ମାନେ କେବଳ ସଭା ସମିତି ରେ ବୁଲିବା କୁ ଆସିବା ଗୋଟିଏ ଲକ୍ଷ୍ୟ ବୋଲି ଆଲୋଚନା ହେଉଛି l ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଏପରି ଦୃଶ୍ୟ ରାଜନୈତିକ ବାତାବରଣକୁ ଉଷ୍ମ କରିଛି l ନିଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି କିଛି ବ୍ଲକ କର୍ମଚାରୀ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରରୋଚନାରେ ଚକ୍ରାନ୍ତ କରି ଏପରି କରାଯାଇଥିବା ରାଜନୈତିକ ମହଲରେ କୁହାଯାଉଛି l ବିଡ଼ିଓ ପରିଡା କହିଛନ୍ତି ମୁଁ ଏଠାକୁ ନୂଆ ଭାବେ ଆସିଛି l ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ କାହିଁଙ୍କି ଲୋକ ମାନେ ଉଠିକି ପଳାଇଲେ ମୁଁ କହି ପାରିବିନି l ବୁଝିଲେ ଯାଇ କହିବି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ