Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନନ୍ଦପୁରକୁ ରେଳ ସଂଯୋଗ ଦାବୀ କଲେ ସାଂସଦ

ହାଟଡିହି,୬l୨-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗ କରାଯିବାକୁ ଲୋକ ସଭାରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗୁରୁବାର ଦାବୀ କରିଛନ୍ତି l ସେ କହିଛନ୍ତି ଯେ ରେଳ ସଂଯୋଗ ହେଲେ ଶିଳ୍ପ ସ୍ଥାପିତ ହେବା ସହ ପର୍ଯ୍ୟଟନର ବିକାଶ ହୋଇ ପାରିବ l ଯାହା ଫଳରେ ରୋଜଗାରର ସୁଯୋଗ ସୃଷ୍ଟି ହେବା ସହ ଲୋକ ମାନେ ସହଜରେ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ଯାଇ ପାରିବେ l କେନ୍ଦୁଝର ଜିଲା ଖଣିଜ ସମ୍ପଦରେ ଭରପୁର ଥିବା ବେଳେ ଏଠାରେ ରେଳ ସଂଯୋଗ ନଥିବାରୁ ଶିଳ୍ପ ସ୍ଥାପନ ହୋଇପାରୁନି l ଫଳରେ ବେକାରୀ ସମସ୍ୟା ବୃଦ୍ଧି ହେଉଛି l ରେଳ ସଂଯୋଗୀକରଣ ପାଇଁ ସ୍ଥାନୀୟ ସ୍ତରରେ ପୂର୍ବରୁ ମଧ୍ୟ ଦାବୀ ହୋଇ ଆସୁଛି l