ସତୁରି ଅଶି ଦଶକର ମନମୁଗଧକର ପୁରୁଣା ଗୀତରେ ଝୂମିଲେ ଦର୍ଶକ

ସମ୍ବଲପୁର:ଆଜି ହେଉଛି ଭାରତୀୟ ପ୍ରଚ୍ଛଦପଟ ଗାୟିକା ସ୍ୱର ସାମ୍ରାଜ୍ଞି ଲତା ମଙ୍ଗେସକର ଙ୍କ ର ପୁଣ୍ୟ ତିଥି । ସେଇ ପୁଣ୍ୟ ପବିତ୍ର ଆତ୍ମା କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଆଜି ସମ୍ବଲପୁର ସହର ରେ ଏକ ବିଶେଷ ସଙ୍ଗୀତ ଵିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ବୀର ସୁରେନ୍ଦ୍ର ସାଏ ଚେରିଟେବୁଲ ଟ୍ରଷ୍ଟ ଓ ମାରୱାଡ଼ି ଯୁବା ମଞ୍ଚ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଲୟ ଏହି ସଙ୍ଗୀତ ସନ୍ଧ୍ୟା ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଦେଶ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ସୁନାମଧନ୍ୟ କଳାକାର ମାନେ ସତୁରି ଅଶି ଦଶକର ବିଭିନ୍ନ ପ୍ରକାରର ଗୀତ ଗାଇ ଦର୍ଶକ ଙ୍କ ମନ ମୋହିନେଇଥିଲେ ।
ଆଜିର ଏହି ସଙ୍ଗୀତ ବିଚିତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗ୍ ଦେଇଥିବା ବେଳେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର, ସମ୍ବଲପୁର ପୌରାୟୁକ୍ତ ବେଦଭୂଷଣ ଭୋଇ, ପୂର୍ବତନ ରେଙ୍ଗାଲୀ ବିଧାୟକ ନାଉରି ନାୟକ, ପୂର୍ବତନ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଆକର୍ଷିତ କରିଥିବା କଳାକାର ମାନଙ୍କୁ ଉପସ୍ଥିତ ଅତିଥିଗଣ ସମ୍ବଲପୁରୀ ବସ୍ତ୍ର, ମାନପତ୍ର, ସ୍ମୃତି ଚିହ୍ନ ଦେଈ ସମ୍ମାନିତ କରିଥିଲେ ।
ମୁଖତାର ଶାହ, ମନୋହର ପୋଖରିଆ, ଚିରାଗ ଦେଶାଇ, ଦୀପକ କୁମାର୍, ଦିପାଲି ଶାସ୍ତ୍ରୀ, ପୁନମ ମହାନ୍ତି ପ୍ରମୁଖ କଳାକାର ମାନେ ନିଜ ମଧୁର ଓ ଆକର୍ଷିତ ସ୍ୱର ରେ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ । ଉଦ୍ଘୋଷକ ସୁଲେମାନ ଦିୱାନା ଓ ଉଦ୍ଘୋଷିକା ମୀମାଂସା ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ସୁଶାନ୍ତ ପୁରୋହିତ, ପରାଗ ଅଗ୍ରୱାଲ ଓ ଅର୍ପଣ ଦାଶ ନୟକ୍ କାର୍ଯ୍ୟକ୍ରମ ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଅନିଲ ବେହେରା, ସରୋଜ ଦଲପତ୍, ବିପିନ ଭାଟିଆ, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ମୋହନ ଦାଶ, ପ୍ରଭୁଦତ୍ତ ପଣ୍ଡା, ଅଶୋକ ଦାଶ, ଗୋପାଲ ଅଗ୍ରୱାଲ, ଅଜିତ ବେହେରା, ଶିବ ଦିୱାନ୍, ବିନାୟକ ରାମ, ସିତାକାନ୍ତୀ ମେସୁଆ, ଲକ୍ଷ୍ମୀପ୍ରିୟା ଜେନା, ପୁଷ୍ପାଞ୍ଜଳି ଜେନା, ରିଙ୍କି ସାହୁ, ଅଞ୍ଜଳୀ ଛୁରା, ସୋନଲ ପାୟଲ, ରୀନା ଭାଲୋଟିଆ, ଆଶା ଅଗ୍ରୱାଲ, ପ୍ରମୁଖ ସହଯୋଗ କରିଥିଲେ।