Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରବାଟୀ ଷ୍ଟାଡିୟମରେ ଲିଭିଗଲା ବିଜୁଳି

କଟକ:ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନରେ ହୋଇଛି ବିଭ୍ରାଟ।ମ୍ୟାଚ ପରିଚାଳନା ନେଇ ଓଡ଼ିଶା ପାଇଁ ଲଜ୍ଜାଜନକ ପରିସ୍ଥିତି କେବଳ ସୃଷ୍ଟି ହୋଇନି ବରଂ ନିନ୍ଦା ଶୁଣିବାକୁ ବାଧ୍ୟ କରିଛି।ମୁଖ୍ୟ ଆଲୋକ ବନ୍ଦ ହୋଇଯିବା ଏକ ଗମ୍ଭୀର ଅବହେଳା। ଯାହା ମ୍ୟାଚ୍ ଚାଲିଥିବା ସମୟରେ ହେବା ଉଚିତ ନଥିଲା। ଏପରି ଅବ୍ୟବସ୍ଥା ପାଇଁ କେବଳ ଓଡ଼ିଶାକୁ ଦାୟି କରାଯାଇନପାରେ।ଏହା ସମଗ୍ର କ୍ରିକେଟ୍ ଅସୋସିଏସନର ପ୍ରତିଷ୍ଠାକୁ ନଷ୍ଟ କରିଛି।ପରବର୍ତ୍ତୀ ମ୍ୟାଚ୍ ଆୟୋଜନ କରିବା ଉଚିତ କି ନୁହେଁ, ଏହା ପ୍ରଶ୍ନର ସୃଷ୍ଟି କରିପାରେ। ଏପରି ଅସ୍ୱାଭାବିକ ପରିସ୍ଥିତି ପାଇଁ ଦାୟୀ କିଏ ତାଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏକ ମାତ୍ର ବିକଳ୍ପ।କେହି ଜଣା ପ୍ରଶାସନିକ କର୍ମଚାରୀ କିମ୍ବା ଅନ୍ୟ କାହାରି ଅବହେଳା ଦ୍ୱାରା ଘଟିଥିଲେ, ତେବେ ତାଙ୍କଠାରୁ ଜବାବ ମାଗିବା ମଧ୍ୟ ଆବଶ୍ୟକ ରହିଛି।ଆଗକୁ ଏଭଳି ଯେଭଳି ତ୍ରୁଟି ପୁଣିଥରେ ନ ଘଟେ ତାକୁ ସୁନିଶ୍ଚିତ କରିବା ଏକ ଆବଶ୍ୟକୀୟ ପଦକ୍ଷେପ ହେବ ବୋଲି ସଚେତନ ନାଗରୀକ ମହଲରେ ମାତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ