Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବରାପାଲି ହେବ ଅଟଳ ଗାଁ

ସମ୍ବଲପୁର:ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ସଦର କବରାପାଲି ଅଟଳ ଗାଁ ପ୍ରକଳ୍ପରେ ସାମିଲ ହେବ। ସୋମବାର ଏଥିପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟରୁ ଏକ ଟିମ୍ କବରାପାଲି ଗ୍ରାମପଞ୍ଚାୟତରେ ପହଞ୍ଚି ଘରକୁ ଘର ବୁଲି ସର୍ଭେ କରିଛନ୍ତି। ଏପରିକି ଗାଁରେ ଏକ ସ୍ବତନ୍ତ୍ର ଶିବିର କରାଯାଇ ଯାହାର ଷ୍ଟେଟବ୍ୟାଙ୍କରେ ଆକାଉଣ୍ଟ ନାହିଁ ସେମାନଙ୍କର ଆକାଉଣ୍ଟ ଖୋଲାଯାଇଥିଲା। ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ସ୍ବୟଂସହା ସହାୟକ ଗୋଷ୍ଠୀ କର୍ମକର୍ତ୍ତାମାନେ ଘରକୁ ଘର ବୁଲି ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନେଇ ପ୍ରତି ପରିବାରକୁ ସଚେତନ କରିଥିଲେ। ଆସନ୍ତା ୧୪ ତାରିଖରେ ଏହି ଗାଁକୁ ବିଦ୍ଧିବଦ୍ଧ ଭାବେ ଅଟଳ ଗାଁ ଭାବେ ଉଦ୍‌ଘାଟନ କରାଯିବ ବୋଲି ସୂଚନା ଦିଆଯାଇଛି।
କବରାପାଲି ଗ୍ରାମକୁ ଅଟଳ ପୋଷ୍ୟ ଗ୍ରାମ ଭାବେ ଏସବିଆଇ ଗ୍ରହଣ କରିବା ପରେ ଗ୍ରାମରେ ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର, ପ୍ରଧାନମନ୍ତ୍ରୀ ସ୍ବନିଧ୍ ଯୋଜନା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଏସବିଆଇ ମାଧ୍ୟମରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରାଇବା ଦିଗରେ ମଧ୍ୟ ପ୍ରାଧାନ୍ୟ ମିଳିବ। କବରାପାଲି ପଞ୍ଚାୟତରେ ଚଳିତ ବର୍ଷ ଅଟଳ ପେନସନ ଯୋଜନାରେ ଏକ ହଜାର ଏବଂ ସୂର୍ଯ୍ୟ ଘର ଯୋଜନାରେ ଶହେ ଘରକୁ ସାମିଲ କରାଯିବାର ପ୍ରାଥମିକ ଭାବେ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବ୍ୟାଙ୍କ ପ୍ରଶାସନିକ କାର୍ଯ୍ୟାଳୟ ମହା ପ୍ରବନ୍ଧକ ମାନସ ରଞ୍ଜନ ପ୍ରଧାନ, ମୁଖ୍ୟ ପ୍ରବନ୍ଧକ ରାଜେନ୍ଦ୍ର ସାହୁ, ପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ସାହୁ, ଉପ ପ୍ରବନ୍ଧକ ପ୍ରଦୀପ କୁମାର ସାହୁ, ଏଜିଏମ ରାସମେକ ଶ୍ୟାମ ସୁନ୍ଦର ଠାକୁର, ପଡିଆବାହାଲ ବ୍ୟାଙ୍କ ମ୍ୟାନେଜର ଅମ୍ରିତା ମିଶ୍ର, ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ରହି ଅଟଳ ଗାଁ ର ଆଭିମୁଖ୍ୟ ଓ ଭବିଷ୍ୟତ ଲକ୍ଷ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଭଳି ହିତାଧିକାରୀ ଉତ୍ସାହିତ ସେବାକୁ ଗ୍ରାମବାସୀ ଉତ୍ସାହର ସହିତ ଗ୍ରହଣ କରି ସାମାଜିକ ଓ ଅର୍ଥନୈତିକ ସେବାରେ ସେମାନଙ୍କ ଭାଗିଦାରିତାକୁ ବଜାୟ ରଖିବେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ