Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମ୍ ପକ୍ଷରୁ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ସହଯୋଗରେ ଯୋଗାଣ ଶୃଙ୍ଖଳା ଜାତୀୟ ଆଲୋଚନାଚକ୍ର

ସମ୍ବଲପୁର:ଦେଶର ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର), ନୂଆଦିଲ୍ଲୀ ସହଯୋଗରେ ଯୋଗାଣ ଶୃଙ୍ଖଳା ଡିଜିଟାଲ ଟ୍ୱିନ୍ ଉପରେ ଜାତୀୟ ଆଲୋଚନାଚକ୍ର ସଫଳତାର ସହ ଆୟୋଜନ କରାଯାଇଛି। ଏହି ଦୁଇଦିନିଆ ଜାତୀୟ ଆଲୋଚନାଚକ୍ରରେ ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ଶିଳ୍ପ ୪.୦ରେ ଡିଜିଟାଲ ଟ୍ୱିନ୍ ଟେକ୍ନୋଲୋଜିର ପରିବର୍ତନଶୀଳ ଭୂମିକା ଉପରେ ଆଲୋକପାତ କରାଯାଇଥିଲା ଯାହା ଶିକ୍ଷାବିତ୍‌, ଶିଳ୍ପ ବିଶେଷଜ୍ଞ ଏବଂ ଗବେଷଣା ପଣ୍ଡିତମାନଙ୍କ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ମାଧ୍ୟମରେ ଶିଳ୍ପ-ଶିକ୍ଷାଗତ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିଥିଲା। ଜାତୀୟ ସ୍ତରରେ ଅଧ୍ୟାପକ, ବିଦ୍ୱାନ ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କ ଅବଦାନ ସହିତ ଏହି କାର୍ଯ୍ୟକ୍ରମରେ ହାଇବ୍ରିଡ୍ ମାଧ୍ୟମରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ୫୪ଟି ପେପର ଉପସ୍ଥାପନା କରାଯାଇଥିଲା I ଉଦ୍‌ଘାଟନୀ ଭାଷଣରେ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଥିଲେ ଯେ, “ଡିଜିଟାଲ୍ ଟ୍ୱିନ୍ ଟେକ୍ନୋଲୋଜି କେବଳ ଏକ ଉଦ୍ଭାବନ ନୁହେଁ ବରଂ ଯୋଗାଣ ଶୃଙ୍ଖଳାର ଭବିଷ୍ୟତ ପାଇଁ ଏକ ଆବଶ୍ୟକତା, ଅର୍ଥାତ୍ ଯୋଗାଣ ଶୃଙ୍ଖଳାର ଭବିଷ୍ୟତ ହେଉଛି ଡିଜିଟାଲ୍‌। ଏହା ବାସ୍ତବ ସମୟ ନିଷ୍ପତି ନେବାକୁ ସକ୍ଷମ କରେ, ପରିଚାଳନାଗତ ସ୍ଥିରତା ବଢ଼ାଇଥାଏ ଏବଂ କ୍ରମଶଃ ଜଟିଳ ବିଶ୍ୱ ବଜାରରେ ଦକ୍ଷତା ବଢ଼ାଇଥାଏ । ଆଇଆଇଏମ୍ ସମ୍ବଲପୁରରେ ଆମେ ଆମ ଛାତ୍ରଛାତ୍ରୀମାନଙ୍କୁ ଏହି ପରିବର୍ତନମୂଳକ ଉପାୟର ଉପଯୋଗ କରିବା ଓ ଡିଜିଟାଲ୍ ଅର୍ଥନୀତିରେ ଲିଡର୍‌ରେ ପରିଣତ କରିବା ପାଇଁ ଦକ୍ଷତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।’’ସିମେନ୍ସର ମୁଖ୍ୟ ଗ୍ରାହକ ଅଧିକାରୀ-ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସତୀଶ ପାଣ୍ଡେ, ସିମେନ୍ସର ଗ୍ଲୋବାଲ ପ୍ରଡକ୍ଟ ମ୍ୟାନେଜର, ସିଙ୍ଗାପୁର ଅମେୟା ଡେଟ୍‌, ଆଇଆଇଏମ୍ ସମ୍ବଲପୁରର ଜାତୀୟ ସେମିନାରର ଅଧ୍ୟକ୍ଷ, ଆଇଟିସି ଲିମିଟେଡ୍‌ର ଭିପି (ଡିଜିଟାଲ୍ ଓ ସିଡିଆଇଓ) ଗୌରବ କଟାରିଆ, କେପିଏମଜି ଇଣ୍ଡିଆର ବୈଷୟିକ ନିର୍ଦେଶକ ସନ୍ଦୀପ ଚିତୋରା ଓ କଙ୍ଗସବର୍ଗ ଡିଜିଟାର ଟେକ୍ ସେଲ୍‌ସ ଆଡଭାିଜର୍ ସଙ୍କେତ ପୁରାନିକ୍ ମଧ୍ୟ ଉପସ୍ଥିତ ଥିଲେ।ଆଇଆଇଏମ୍ ସମ୍ବଲପୁରର ସେମିନାର ଅଧ୍ୟକ୍ଷ ପ୍ରଫେସର ଆର.କେ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ