Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ ଡ଼ଃ ରାଧାନାଥ ରଥ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରବୀଣ ସାମ୍ବାଦିକ, ଅନନ୍ୟ ଜନସେବକ, ପୂର୍ବତନ ମନ୍ତ୍ରୀ ତଥା ଲୋକ ସେବକ ମଣ୍ଡଳରର ପ୍ରାକ୍ତନ ସଭାପତି ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ ଙ୍କର ୨୭ତମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣ କରାଯାଇ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଅଛି |
ପ୍ରଥମେ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ବରପୁତ୍ରଙ୍କୁ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |
ଲୋକ ସେବକ ମଣ୍ଡଳ ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଙ୍କ ତତ୍ତ୍ଵ|ବଧାନରେ ଅନୁଷ୍ଠିତ ଏହି ସମାରୋହରେ ଡାକ୍ତର ଶ୍ରୀମତୀ ନାରାୟଣୀ ପଣ୍ଡା , ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର , ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା , ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା , ଶ୍ରୀଯୁକ୍ତ ଆମରନାଥ ମହାପାତ୍ର , ସୁବେଦାର ମେଜର ଶ୍ରୀଯୁକ୍ତ ଶିବ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ