Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣ ଜନ୍ତା:ବଢୁଛି ଦୁର୍ଘଟଣା,ନିୟନ୍ତ୍ରଣ ବାହାରେ ପ୍ରଶାସନ

ସମ୍ବଲପୁର: ଗତ କିଛି ଦିନ ମଧ୍ୟରେ ଏନ ଏଚ ୫୩ ଗୌଡ଼ପାଲି ଠାରୁ ଆରମ୍ଭ କରି ଜମନକିରା ନିକଟସ୍ଥ ଷଣ୍ଢପଥର ପର୍ଯ୍ୟନ୍ତ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣାମାନ ଘଟି ରାସ୍ତାଟି ମରଣଯନ୍ତା ପାଲଟିଛି। ଗତ ୭ ତାରିଖ ସକାଳ ୭ ଟା ସମୟରେ ଏକ ନବ ବିବାହିତା ବରବଧୂଙ୍କ କାର ଏକ ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇ କାର ଭିତରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇ ଗୁରୁତର ଆହତ ହୋଇଥିଲେ। ସେହିପରି ୧୧ ତାରିଖ ସକାଳ ପ୍ରାୟ ୭ ଟା ସମୟରେ ଏକ ପଲସର୍ ବାଇକ୍ ଓଡ଼ି ୨୮ ଏ ୭୬୩୪ ରେ ଦୁଇ ଜଣ ଯୁବକ ଦେବଗଡ଼ ପଟୁ ସମ୍ବଲପୁରକୁ ଆସୁଥିବା ବେଳେ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼କୁଣ୍ଢେଇସରା ହରେନ୍ଦର୍ ଢ଼ାବା ନିକଟରେ ଏକ ଅଜଣା ଟ୍ରକ୍ ସହିତ ସେମାନଙ୍କ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଚାଳକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା ସଇଡା ପୋଷ୍ଟ ଅଫିସ ଅନ୍ତର୍ଗତ ଜାଲିସୁଆଁ ଗ୍ରାମର ପର୍ଶୁରାମ ନାୟକଙ୍କ ପୁଅ ତନ୍ମୟ ନାୟକ। ବାଇକ୍ ପଛରେ ବସିଥିବା ଯୁବକଙ୍କୁ ଘଟଣା ସ୍ଥଳରୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ ଜାଲିସୁଆଁ ଗ୍ରାମର ଲିଙ୍ଗରାଜ ଖୁଣ୍ଟିଆ। ଉଭୟ ଯୁବକ ତାଙ୍କ ଗ୍ରାମ ଜାଲିସୁଆଁ ରୁ ବଡି ଭୋର୍ ସମୟରୁ କୌଣସି ଏକ ପରୀକ୍ଷା ଦେବା ପାଇଁ ବୁର୍ଲାକୁ ଆସୁଥିଲେ। ତେବେ ବଡକୁଣ୍ଢେଇସରା ନିକଟରେ ସେମାନଙ୍କ ବାଇକ୍ ଓ ଗୋଟିଏ ଅଜଣା ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଖବର ପାଇ ଗୌଡ଼ପାଲି ଫାଣ୍ଡି ପୋଲିସ ଓ ଆଞ୍ଚଳିକ ଜନସାଧାରଣ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଲିଙ୍ଗରାଜ ଓ ତନ୍ମୟଙ୍କ ମୃତ ଦେହକୁ ବୁର୍ଲା ଡ଼ାକ୍ତରଖାନା ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତନ୍ମୟଙ୍କ ମୃତ ଦେହକୁ ବୁର୍ଲା ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସେହିପରି ବୁଧବାର ବଡି ଭୋର ସକାଳ ୪. ୪୫ ମିନିଟରେ ପଡିଆବାହାଲ ଠାରେ ଏକ ବ୍ରେକଫେଳ ଟ୍ରାକ୍ଟର ପଛପଟେ ଏକ ଟ୍ରକ ପିଟି ହୋଇ ଗୋଟିଏ ଗଛ ଓପାଡି ଠେଲା ଉପରେ ମାଡିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଟି ଦୋକାନର ଛାତ ମଧ୍ୟ୍ୟ ଭାଙ୍ଗିଯିବା ସହ ଠେଲାକୁ ଚୂରମାର କରିଦେଇଥିବାରୁ ନିରାଶ୍ରୟ ଦୋକାନୀ ବିଚରା ମୁଣ୍ଡରେ ହାତଦେଇ ବସିଛି। ଦୋକାନୀଙ୍କୁ କ୍ଷତିପୂରଣ ଦେବାକୁ ସବୁ ମହାଳରୁ ଦାବି ହୋଇଛି।