ବୁର୍ଲା: ରାଜ୍ୟ ସ୍ବାସ୍ଥ୍ୟସେବା ବିପର୍ଯ୍ୟୟର ଆଉ ଏକ ନମୁନା । କିଟି କିଟି ଅନ୍ଧାରରେ ବୁର୍ଲା ଭୀମସାରରେ ହୋଇଛି ଜଣେ କ୍ୟାନସର ରୋଗୀଙ୍କ କୋମା ଚିକିତ୍ସା । ଯାହା ମେଡିକାଲରେ ବିଦ୍ୟୁତ ବିଭ୍ରାଟକୁ ପଦାରେ ପକାଇବା ସହ ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନ ଉଠାଇଛି ।
ଅଭିଯୋଗ ଅନୁସାରେ, ପୂର୍ବ ସୂଚନା ନଥାଇ ବିଭାଗୀୟ କର୍ତ୍ତୃପକ୍ଷ କ୍ୟାନ୍ସର ୱାର୍ଡରେ ବିଦ୍ୟୁତ କାଟ କରିଦେଲେ । ଅନ୍ଧାରରେ ରହିଥିଲେ କେମୋ ଚିକିତ୍ସା ନେଉଥିବା ରୋଗୀ । ଜରୁରୀ ପରିସ୍ଥିତିରେ କିଛି ରୋଗୀଙ୍କୁ ମୋବାଇଲ୍ ଟର୍ଚ୍ଚରେ କେମୋ ଚିକତ୍ସା ଦିଆଯାଇଛି । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ କ୍ୟାନସର ବିଭାଗ ଏପରି ଅନ୍ଧାରରେ ରହିଥିଲା ।
କେମୋ ବିଭାଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗ । ଜୀବନ ସହ ସଂଗ୍ରାମ କରୁଥିବା ରୋଗୀ ଏଠାରେ ଚିକିତ୍ସିତ ହୋଇଥାନ୍ତି । ଏପରି ସ୍ଥିତିରେ କିପରି ବିନା ସୂଚନାରେ ବିଦ୍ୟୁତ କଟା ଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ବିଦ୍ୟୁତ କାଟ ହେଲା ପରେ ମଧ୍ୟ ଦାୟିତ୍ବରେ ଥିବା ବ୍ୟକ୍ତି ଜେନେରେଟର ଚଲାଇ ନଥିଲେ । ଜେନେରେଟର ଥାଇ ବି କାହିଁକି ଚାଲିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।