Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୧୭ରୁ ସର୍ବଭାରତୀୟ ରାମଧୂନ୍ କପ ଫୁଟବଲ ଚାମ୍ପିଅନସିପ୍

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା ୧୭ ରୁ ୨୩ ତାରିଖ ଯାଏଁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଫୁଟବଲ ମହାକୁମ୍ଭ ଆୟୋଜିତ ହେବ। ସୋନପୁର ରାମଧୂନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ସର୍ବ ଭାରତୀୟ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ଦେଶର ୮ଟି ବଛା ବଛା ଦଳ ଯୋଗଦେବାକୁ ଥିବାବେଳେ ଏନେଇ ବୁଧବାର ଗାନ୍ଧୀ ଷ୍ଟାଡିୟମ କାର୍ଯ୍ୟାଳୟରେ ରାମଧୂନ କ୍ଲବର ସମ୍ପାଦକ ପୀୟୂଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକାର୍ଷଣୀୟ କରା‌ଯିବ ବୋଲି ସୂଚନା ଦିଆଯାଇଛି। ସର୍ବମୋଟ ୧୨ ଲକ୍ଷ ଟଙ୍କା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖର୍ଚ୍ଚ ହେବାକୁ ଥିବାବେଳେ ଏଥିରେ କଟକ, ବରଗଡ, ଭୁବନେଶ୍ବର, ବିହାର, ଝାଡଖଣ୍ଡ, ରାଉରକେଲା ଏବଂ ଆୟୋଜକ ରାମଧୂନ କ୍ଳବ ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ବିଜେତା ଦଳକୁ ୫୦ ହଜାର ଏବଂ ରନର୍ସ ଅପ ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ବିକାଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଇରୁ ସ୍ବାଇଁ, ପୁରୁଷୋତ୍ତମ ପାଣିଗ୍ରାହୀ, ନରସିଂହ ରାଓ, ଭୁକୁଲୁ ବକ୍ସି, ବି.ସତ୍ୟନାରାୟଣ ରାଓ, ନନ୍ଦ କିଶୋର ତ୍ରିପାଠୀ, ସୋମନାଥ ସାହୁ, ମନୋରଂଜନ ତ୍ରିପାଠୀ, ରାଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।