Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆୱର୍ ହେଲ୍ପିଂ ହେଣ୍ଡ ପକ୍ଷରୁ ପୁଲୱାମା ଆକ୍ରମଣ ର କଳା ଦିବସ ଓ ମାତୃ ପିତୃ ପୂଜନ ଦିବସ ପାଳନ

ସମ୍ବଲପୁର:ଆଜି ହେଇଛି ଫେବୃଆରୀ ୧୪ ଅର୍ଥାତ୍ ପୁଲୱାମା ଆତଙ୍କବାଦୀ ଆକ୍ରମଣ ର କଳା ଦିବସ । ଆଜିର ଦିନ ରେ ସମଗ୍ର ଦେଶରେ ଆତଙ୍କବାଦ ର କଳା ଦିବସ୍ ପଲନ କରାଯାଉଥିବା ସହିତ ପୁଲୱାମା ଆକ୍ରମଣ ର ବୀର ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଏହା ସହିତ ପାଶ୍ଚାତ୍ୟ ସଂସ୍କୃତି ର ଭେଲେନଣ୍ଟାଇନ ଡେ କୁ ବିରୋଧ କରି ଭାରତୀୟ ସଂସ୍କୃତି ର ମାତୃ ପିତୃ ଦିବସ ପାଳନ କରାଯାଏ ।
ଏହି ମର୍ମରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳ ର ଦଲଦଲିପଡ଼ା ରେ ଥିବା ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆୱର୍ ହେଲ୍ପିଂ ହେଣ୍ଡ ପକ୍ଷରୁ ପୁଲୱାମା ଆକ୍ରମଣ ର କଳା ଦିବସ ଓ ମାତୃ ପିତୃ ପୂଜନ ଦିବସ ପାଳନ ହୋଇ ଯାଇଛି ।
ସମ୍ବଲପୁର ମହାନଗର ନିଗମ ର ପୌରାୟୁକ୍ତ ଶ୍ରୀଯୁକ୍ତ ବେଦଭୂଷଣ ଭୋଇ ମୂଖ୍ୟ ଅତିଥି ଭାବେ ଓ ବରିଷ୍ଠ ସାମ୍ବାଦିକ ତଥା ସମ୍ବଲପୁରୀ ସଙ୍ଗଠକ ଭବାନୀ ଶଙ୍କର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ବୀର ସହିଦ ମାନଙ୍କ ଫୋଟୋ ଚିତ୍ର ରେ ପ୍ରଥମେ ଦୀପ ପ୍ରଜ୍ବଳନ କରି ଓ ପୂଷ୍ପାର୍ଘ୍ୟ ଦେଇ ପୁଲୱାମା ଆକ୍ରମଣ ର ବୀର ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସମ୍ବଲପୁର ପୌରାୟୁକ୍ତ ଶ୍ରୀଯୁକ୍ତ ବେଦଭୂଷଣ ଭୋଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆୱାର ହେଲପିଂ ହେଣ୍ଡ ପକ୍ଷରୁ ବସ୍ତି ଅଞ୍ଚଳ ରେ ଶିଶୁ ମାନଙ୍କୁ ନେଇ ଆୟୋଜିତ ଏହି ମାତୃ ପିତୃ ପୂଜନ ଦିବସ କାର୍ଯ୍ୟକ୍ରମ ଯେତିକି ନିଆରା ସେତିକି ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ । ଫୁଲୱାମା ଆତଙ୍କବାଦୀ ଆକ୍ରମଣ ର ସହିଦ୍ ଙ୍କ ଭଳି ଦେଶମାତୃକା ର ସମ୍ମାନାର୍ଥେ ଓ ଦେଶବାସୀ ଙ୍କ ସୁରକ୍ଷା ପାଇଁ ବହୁତ୍ ବୀର ଯୋଦ୍ଧା ସହିଦ୍ ହୋଇଛନ୍ତି । ଆମେ ସେଇ ବୀର ସହୀଦ ସେମାନଙ୍କ ବଳିଦାନ କୁ ସବୁବେଳେ ସମ୍ମାନ ଦେବା ସାଙ୍ଗେ ସାଙ୍ଗେ ସେମାନଙ୍କ ତ୍ୟାଗ କୁ ମାର୍ଗଦର୍ଶନ ଭାବେ ଗ୍ରହଣ କରିବା ଉଚିତ୍ । ଛୁଆ ମାନେ ଭାଲ ପାଠ ପଢ଼ି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ କରି ଦେଶ ର ବିକାଶ ରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲା ।
ସମ୍ମାନିତ ଅତିଥି ଶ୍ରିଯୁକ୍ତ ଭବାନୀଶ ଭୋଇ କହିଥିଲେ ଯେ ଏଭଳି କାର୍ଯକ୍ରମ ଛୋଟ ଛୋଟ ଛୁଆ ଙ୍କ ମନରେ ଦେଶାତ୍ମବୋଧ ର ଭାବନା କୁ ଆହୁରି ଶାଣିତ ଓ ରୁଦ୍ଧିବନ୍ତ୍ କରିବ । ଛୁଆ ମାନଙ୍କ ପାଠ ପଢା ସହିତ ତାଙ୍କୁ ନିଜର ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ପ୍ରତି ସଜାଗ ଓ ଆକୃଷ୍ଟ କରେଇବା ପ୍ରତ୍ୟେକ ଅବିଭାବକ ଅବିଭାବିକା ଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ହେବା ଉଚିତ୍ ।
କାର୍ଯକ୍ରମ ରେ ୨୩ ଅକ୍ଟୋବର ୧୯୯୦ ରେ ଭୂରା କରିମପୁର୍ ଠାରେ ଏକ ଲୋମହର୍ଷକାରୀ ଆତଙ୍କବାଦୀ ଆକ୍ରମଣ ରେ ମାତୃଭୂମିର ସମ୍ମାନ ରକ୍ଷାର୍ଥେ ନିଜକୁ ଆହୂତି ଦେଇଥିବା ସହିଦ ଶୌର୍ଯ୍ୟଚକ୍ର ସିପାହୀ ଦୁର୍ଗା ଚରଣ ଓରାମ ଙ୍କ ଧର୍ମପତ୍ନୀ ବୀରନାରୀ ଦଶେନ୍ଦ୍ରୀ ଟୋପ୍ପୋ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଅଞ୍ଚଳ ର କୁନି କୁନି ପୁଅ ଝିଅ ମାନେ ଆକର୍ଷଣୀୟ ଓ ବିବିଧ ଦେଶାତ୍ମବୋଧକ ସଙ୍ଗୀତ ନୃତ୍ୟ ପରିବେଷଣ କରିଥିଲେ ।
ଅନୁଷ୍ଠାନ ର ସଂଯୋଜିକା ଅନିତା ବାଗ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା କାର୍ଯକ୍ରମ ରେ ଅନୁଷ୍ଠାନ ର ସହ ସଂଯୋଜିକା କବିତା ବାଗ, ଉପଦେଷ୍ଟା ମାନସ ରଞ୍ଜନ ବକ୍ସି ଓ ସୂର୍ଯ୍ୟ ପାଣିଗ୍ରାହୀ ମଞ୍ଚାସିନ ରହିଥିବା ବେଳେ ଶେଷ ରେ ଅଞ୍ଚଳ ର ଯୁବ ନେତା ରିକି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଆଜିର କାର୍ଯକ୍ରମ ରେ କ୍ରିଷ୍ଣା ବାଗ, ସୁରଜ୍ ନାଗ, ରାଜ ସୁନା ଏମ.ଜୟଶ୍ରୀ, ବବିତା ଛତ୍ରି, ମିନା ସୁନା, କଞ୍ଚନ ଲୁହା, ପ୍ରମୋଦିନି ଗର୍ଡିଆ, ବର୍ଖ ଛତ୍ରୀ, ସୀମା ଛତ୍ରି, ରିତା ନାଗ, କଲ୍ୟାଣୀ ବାଗ, ତମନ୍ନା ସୁନା, ବଂଶିକା ସୁନା , ଜ୍ୟୋସ୍ନା ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା ରେ ସହଯୋଗ କରିଥିଲେ ।