Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟପେଜରେ ରହୁନି ସରକାରୀ ବସ, ଯାତ୍ରୀ ହଇରାଣ

ସମ୍ବଲପୁର: ଅପରାହ୍ନ ପ୍ରାୟ ୫.୩୦ ରେ ସମ୍ବଲପୁର ରୁ ଫୁଲବାଣୀ ଯାଉଥିବା ବସ ରେ ଯିବାପାଇଁ ଅନେକ ମହିଳା ଓ ପୁରୁଷ ଯାତ୍ରୀ ଅପେକ୍ଷା କରି ଥିଲେ।ବସ ଠିକ ସମୟରେ ଧନୁପାଲି ପହଂଚିଲା। ଯାତ୍ରୀ ମାନେ ହାତ ଦେଖେଇଲେ ମାତ୍ର ସବୁଦିନ ଏହି ଷ୍ଟେସନ ରୁ ୧୦ ରୁ ୧୫ ଜଣ ଯାତ୍ରୀ ନେଉଥିବା ବସ ଆଜି ଏଠାରେ ନ ରହି ଦ୍ରୁତଗତି ରେ ଚାଲିଗଲା।ସମସ୍ତ ଯାତ୍ରୀ ପ୍ରାୟ ମହିଳା ସେମାନେ ହେଲେ ମଂଦଦରୀ,ଚମ୍ପେସ୍ବରି,ସୁଗନୀ, ସୁଭାସିନୀ,ଭାନୁମତି, ପଦ୍ମିନୀ,ଓ ଗଙ୍ଗା ପ୍ରମୁଖ ।ସେମାନେ ସବୁ କୃଷି ଶ୍ରମିକ ପଲହା ଜଗାଇବା ପାଇଁ ଯାଇ ନିଜ ଗାଁ ମୋଚିବାହାଲ ପାଖ ରାମ ବଡ଼ମାଲ ଗାଁ କୁ ଫେରିବା ଥିଲା। ବସ ନ ରହିବାରୁ ଏହି ମହିଳା ମାନେ ରାତି ପର୍ଯ୍ୟନ୍ତ ଧନୁପାଲି ଛକ ରେ ଅପେକ୍ଷା କରି ନିଜର ଅସହାୟତା ପ୍ରକାଶ କରିଥିଲେ। ସରକାରୀ ବସ କ୍ଷତି ରେ ଚାଲୁଥିବା କୁହାଯାଉଥିବା ବେଳେ କର୍ମଚାରୀ ଙ୍କ ବେପରୁଆ ମନୋଭାବ ଯୋଗୁଁ ବସ ଖାଲି ଥାଇ ମଧ୍ୟ ଯାତ୍ରୀ ଯାଇପାରିଲେ ନାହିଁ।କାହିଁକି ବସ ଷ୍ଟପେଜ ରେ ରହିବ ନାହିଁ ଓ କାହିଁକି ଯାତ୍ରୀ ସମସ୍ୟା ବଢ଼ିବ?ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ