Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ ନେଇ ସତ କହିଲେ ପ୍ରସନ୍ନ

ଭୁବନେଶ୍ୱର:ସତ କହିଲେ ପ୍ରସନ୍ନ ଆଚାର୍ଯ୍ୟ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ମାନ ରକ୍ଷା ପାଇଁ ବିରୋଧୀ ଦଳ ଉପନେତା ତଥା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଯାହା କହିଛନ୍ତି ତାହାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ। ଶନିବାର ବିଧାନସଭାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି।
ପ୍ରସନ୍ନ କହିଛନ୍ତି, ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏପରି ନ କରିବାକୁ ସେ ଜନ ସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି।ପ୍ରସନ୍ନଙ୍କ ଏହି ଅପିଲ ସାରା ଓଡ଼ିଶାର ରାଜନୀତି ମାହୋଲକୁ ନୁଆଁ ଦିଶା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ