Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନତା ହାଇସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣକୁ ଗୁରୁତ୍ବ

ସମ୍ବଲପୁର:ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଇଛି। ପ୍ରାରମ୍ଭରେ ଛାତ୍ର ସମ୍ମେଳନରେ ବିଦ୍ୟାଳୟର ଇକୋ କ୍ଲବ ମାଷ୍ଟର ଟ୍ରେନର ସଂଜୟ ଖମାରୀ ଆର୍ଦ୍ର ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ କରିବା ନିମନ୍ତେ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ଆର୍ଦ୍ରଭୂମି ଓ ପରିସଂସ୍ଥା ସଂରକ୍ଷଣ ଦିଗରେ ଯତ୍ନଶୀଳ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଇକୋ କ୍ଲବ ମାଷ୍ଟର ଟ୍ରେନର ସଂଜୟ ଖମାରୀ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆର୍ଦ୍ରଭୂମି ସଂପର୍କିତ ସୂଚନା ପ୍ରଦାନ କରିବା ସହିତ ଆର୍ଦ୍ର ଭୂମି ସଂରକ୍ଷଣର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ଏକ ଆର୍ଦ୍ରଭୂମି ମିତ୍ର ଭାବରେ ଆର୍ଦ୍ରଭୂମି ସଂରକ୍ଷଣ ନିମିତ୍ତ ସଦା ସର୍ବଦା ଯତ୍ନଶୀଳ ହେବା ପାଇଁ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ଶକ୍ତି କ୍ଲବ, ମାନକ କ୍ଲବ ଓ ବିଜ୍ଞାନ କ୍ଲବର ଛାତ୍ରଛାତ୍ରୀମାନେ ଶପଥ ପାଠ କରିଥିଲେ। ଆର୍ଦ୍ରଭୂମି ସୁରକ୍ଷା ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷକ ତେଜରାମ ସା, ବୋଧରାମ ବିଶ୍ଵାଳ, ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ପଦ୍ମ ଲୋଚନ ବିଶି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ