Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀ ନୟାନ୍ତ, ହାତୀ ସାଜିଛି କାଳ

ସମ୍ବଲପୁର:ସୁରକ୍ଷିତ ନୁହେଁ ଆଉ ଚାଷୀ। ଚାଷୀଙ୍କ ଅମଳକ୍ଷମ ଫସଲ।ବନ ବିଭାଗର ନିରୁପାୟକୁ ସହିବି ପାରୁନି ଚାଷୀ। ସରକାର ସବୁ ଜାଣିବି ନିରବଦ୍ରଷ୍ଟା ସାଜିବାରୁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା। ବାସ୍ତବତାର ଏଭଳି ଦୃଶ୍ୟ ସବୁଦିନିଆ ହୋଇଥିଲେ ମଧ୍ୟ ବନ ବିଭାଗ ରୋକି ପାରୁନି ହାତୀ କିମ୍ବା ବନ୍ୟ ପ୍ରାଣୀ ମାନଙ୍କ ବିତ୍ପାତ। ଜଙ୍ଗଲ ଛାଡି ବନ୍ୟ ପ୍ରାଣୀ ଏବେ ଗାଁ ମୁହାଁ ହେବାରୁ ଚାଷୀ ମହଲରେ ଖେଳି ଯାଇଛି ଆତଙ୍କ।
ଚାଷ କିଆରୀରେ ହାତୀ ପଶି ଅମଲକ୍ଷମ ଫସଲ ଖାଇବା ଘଟଣା ନୁଆଁ ହୋଇନଥିଲେ ମଧ୍ୟ୍ୟ ଏପରି ଘଟଣାକୁ ନେଇ ସରକାର ତତ୍ପରତା ପ୍ରକାଶ କରୁନଥିବାରୁ ବିଭାଗୀୟ ହୁଗୁଳା ଶାସନ ବ୍ୟବସ୍ଥା ଚାଷୀଙ୍କୁ ତଳି ତଳାନ୍ତ କରିଦେଲାଣି। ଫଳରେ ଚାଷୀ ନିଜ ଚାଷ ବେଉସାରୁ ମୁହଁ ମୋଡିବାକୁ ଏକ ପ୍ରକାର ବାଧ୍ୟ ହେଉଛି।
ଏଭଳି ଏକ ସଦ୍ୟ ଘଟଣା ଆଜି ବଡି ଭୋର ସକାଳ ସାଢେ ଚାରିଟାରେ ଦେଖିବାକୁ ମିଳିଛି ବାହାମ ପଞ୍ଚାୟତ ଅଧୀନରେ ଆସୁଥିବା ଦୟାନନ୍ଦ ପବ୍ଲିକ ସ୍କୁଲ ନିକଟସ୍ଥ ଏକ ପନିପରିବା ବଗିଚାରେ।ସନ୍ତୋଷିନୀ ନାୟକଙ୍କ ଏହି ଚାଷ ଜମି ଭିତରେ ଗୋଟିଏ ଏକ ଘରିଆ ହାତୀ ପଶି ବିନ୍ସ, ଫୁଲ କୋବି, ଟମାଟୋ, ପଣସ ଧୋଇ ଖାଇଦେଇଥିବା ବେଳେ ବାଗିଚାରେ ଥିବା ଫୁଲ ବାଗିଚାକୁ ମଧ୍ୟ ଦଳି ଚକଟି ନଷ୍ଟ କରିଦେଇଛି।
ଏପରି ଘଟଣା ବାରମ୍ବାର ଘଟୁଥିଲେବି ନିରୁପାୟ ଚାଷୀ ମେରୁଦଣ୍ଡକୁ ସଳଖ କରିବାକୁ ଆଉ ବାଟ ପାଉନି।ବନ ବିଭାଗ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ କ୍ଷତି ପୂରଣ ଦେବାକୁ ଦାବି ହେଉଛି।