Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଆଣିଲେ ବିଧାନସଭାରେ ପ୍ରଶ୍ନ

ସମ୍ବଲପୁର:ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ କଣ ସବୁ କଲେ ଶିକ୍ଷାର ମାନ ବୃଦ୍ଧି ହୋଇପାରିବ ସେନେଇ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନେକ ପ୍ରକାର ପ୍ରଶ୍ନ କରିବା ସହିତ ଅନୁରୋଧ କରିଛନ୍ତି। ତାଙ୍କ ପ୍ରଶ୍ନ ଅନୁଯାୟୀ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟରେ ପ୍ରାୟ ୨୦ ହଜାର ଏକ୍ସ-କ୍ୟାଡ଼ର ପ୍ରାଥମିକ ଶିକ୍ଷକ କାର୍ଯ଼୍ୟରତ ଅଛନ୍ତି । ସେମାନେ ବିଜୁ ଜନତା ଦଳର ସରକାର ସମୟରେ ଶିକ୍ଷା ସହାୟକ ମାନଙ୍କ ପାଇଁ ଖାଲିଥିବା ପଦବୀରେ ନିଯୁକ୍ତି ପାଇଛନ୍ତି । ତେବେ ସେହି ଶିକ୍ଷକମାନେ ବର୍ତ୍ତମାନ ଶିକ୍ଷକ ପଦବୀ ପାଇଁ ରହିଥିବା ସମସ୍ତ ଯୋଗ୍ୟତା ହାସଲ କରି ସାରିଥିଲେ ସୁଦ୍ଧା କ୍ୟାଡ଼ର ଭୁକ୍ତ ହୋଇପାରୁନାହାନ୍ତି । ଯେଉଁ ଏକ୍ସ-କ୍ୟାଡ଼ର ଶିକ୍ଷକମାନେ ସମସ୍ତ ଯୋଗ୍ୟତା ହାସଲ କରିସାରିଛନ୍ତି । ସେମାନଙ୍କୁ କ୍ୟାଡ଼ରରେ ସାମିଲ କରିବା ପାଇଁ ବ୍ୟବସ୍ଥା କରିଅଛନ୍ତି କି ? ଯଦି କରି ନାହାନ୍ତି ତେବେ କରିବା ପାଇଁ କଣ ଯୋଜନା ରହିଛି ବୋଲି ପ୍ରଶ୍ନ କରିଥିଲେ । ତେବେ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ବର୍ଗର ଶିକ୍ଷକ ରହିଥିବା ଯୋଗୁଁ ସେହି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ୁଛି । ସେମାନେ ସେଥିପାଇଁ ଯଥା ସମୟରେ ଦରମା ମଧ୍ୟ ପାଇ ପାରୁନଥିବା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ମଧ୍ୟ ହେଉଛନ୍ତି। ଏପରିକି ଅର୍ଥାଭାବ ଯୋଗୁଁ ଛୁଟି ନେଇ ମୂଳ ଲାଗିବାକୁ ଯାଇଥିବା ଘଟଣା ମଧ୍ୟ ନଜରକୁ ଆସୁଛି । ତେବେ ଏହି ଶିକ୍ଷକ ମାନେ ସରକାରଙ୍କ ପାଖରେ ବାରମ୍ବାର କ୍ୟାଡ଼ର ଭୁକ୍ତ କରି ସମଗ୍ର ଶିକ୍ଷାକୁ ଦିଆଯାଇଥିବା ଡେପୁଟେସନ ରୁ ଫେରାଇ ଆଣିବା ପାଇଁ ଗୁହାରୀ କରିଥିବା ଜଣାପଡିଛି। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା କରିଛନ୍ତି। ମାତ୍ର ସେହି ବିଦ୍ୟାଳୟ ଗୁଡିକରେ ସଫେଇ କର୍ମଚାରୀ ନିଯୁକ୍ତି ହୋଇନଥିବା ଯୋଗୁ ପିଲାମାନଙ୍କୁ ସେହି କାର୍ଯ୍ୟ କରିବାକୁ ପଡୁଥିବାବେଳେ ଅନେକାଂଶରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେହି କାର୍ଯ୍ୟ କରୁଛନ୍ତି । ଅପରପକ୍ଷେ କର୍ମଚାରୀ ଅଭାବରୁ ସେହି ଶୌଚାଳୟ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସେଥିପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଜଣେ ଲେଖାଏଁ ସଫେଇ କର୍ମଚାରୀ ନିଯୁକ୍ତି ଦେବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ପକ୍ଷରୁ ରଖାଯାଇଛି କି ବୋଲି ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଶ୍ନ କରିଥିଲେ । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସଫେଇ କର୍ମଚାରୀ ନଥିଲା ବେଳେ ପାଇଖାନା ଓ ଶୌଚାଳୟ ଗୁଡ଼ିକୁ ସଫା ରହୁନାହିଁ ଏପରିକି ସଫେଇ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକୀୟ ପାଣି ନାହିଁ, ବିଦ୍ୟାଳୟ ଗୁଡ଼ିକର ସ୍ୱଚ୍ଛତା ପକ୍ଷପାଳନ କରାଯାଉଛି କିନ୍ତୁ ସଫେଇ ପାଇଁ ବ୍ୟବସ୍ଥା ନଥିବାରୁ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଫେଇ କର୍ମଚାରୀ ନିଯୁକ୍ତି ଦେବା ପାଇଁ କୌଣସି ଯୋଜନା ଗ୍ରହଣ କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ। ତେବେ ବିଭାଗୀୟ ମନ୍ତ୍ରୀ ଉପରୋକ୍ତ ପ୍ରଶ୍ନ ଗୁଡ଼ିକ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ ।