Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କଟିଗଲା ବିଜୁଳି; ତଥାପି ଅଟକିଲେନି, ଅନ୍ଧାରରେ ରଖିଲେ ବକ୍ତବ୍ୟ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ ବିଦ୍ୟୁତ୍ କାଟ୍‌ ହୋଇଗଲା। ୯ ମିନିଟ୍‌ ପାଇଁ କଟିଗଲା ବିଜୁଳି। ତଥାପି ଅଟକି ନଥିଲେ ମହାମହିମ ରାଷ୍ଟ୍ରପତି। ପୋଡିୟମରେ ଲାଗିଥିବା ସ୍ବଳ୍ପ ଆଲୋକରେ ଦେଇଥିଲେ ଭାଷଣ।

ଅନ୍ଧାରରେ ବି ରାଷ୍ଟ୍ରପତି ନିଜର ଅଭିଭାଷଣ ଜାରି ରଖିଥିଲେ। ବିରକ୍ତି ପ୍ରକାଶ କରି ନଥିଲେ। କବିତା ଗାଇ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧନ କରି କହିଥିଲେ ଯେ ମୟୂରଭଞ୍ଜ ମୋ ଜନ୍ମମାଟି । ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟକୁ ୨୫ ବର୍ଷ ପୂରିଛି । ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଥିବା କହିଛନ୍ତି ରାଷ୍ଟ୍ରପତି । ଚାକିରି କରିବା ଅପେକ୍ଷା, ଚାକିରି ଦେବା ଶ୍ରେୟକର ଅଟେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ