Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମର ଟେଡ୍‌ଏକ୍ସ କାର୍ଯ୍ୟକ୍ରମରେ ଦୂରଦର୍ଶୀଙ୍କ ଚିନ୍ତାଧାରା ପରିପ୍ରକାଶ

ସମ୍ବଲପୁର:ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ ଟେଡ୍‌ଏକ୍ସ ଟକ୍ ଆୟୋଜନ କରି ଭବିଷ୍ୟତର ଯୁବ ବୃତିଜୀବୀଙ୍କ ଆକାଂକ୍ଷାକୁ ପ୍ରେରଣା ଦେଉଛି। ଏହି ଅସାଧାରଣ ପ୍ଲାଟଫର୍ମ ସମଗ୍ର ଭାରତର ବିଭିନ୍ନ ଦୂରଦର୍ଶୀମାନଙ୍କୁ ଏକାଠି କରି ପ୍ରେରଣା, ଉଦ୍ଭାବନ ଏବଂ ପରିବର୍ତନଶୀଳ ଚିନ୍ତାଧାରା ସୃଷ୍ଟି କରିଛି। “ଅନାଗତ୍‌: ଦି ଅନମାନିଫେଷ୍ଟେଡ୍ ଫ୍ୟୁଚର” ଶୀର୍ଷକରେ ଆୟୋଜିତ ଏହି ବୁଝାମଣାପୂର୍ଣ୍ଣ ଓ ସମୃଦ୍ଧ କାର୍ଯ୍ୟକ୍ରମରେ ବକ୍ତାମାନେ ନିଜର ଦୃଷ୍ଟିକୋଣ ଓ ଜ୍ଞାନ ବାଂଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭିବୃଦ୍ଧି, ସ୍ଥିରତା ଏବଂ ଅର୍ଥପୂର୍ଣ୍ଣ ସଫଳତାର ମୂଳଦୁଆ ପକାଇଥିଲେ I ଉଦୟପୁରର ଭୋଟାରୀ ମେୱାରର ପ୍ରତିଷ୍ଠାତା ମହାରାଜ କୁନୱରାଣୀ ସାହିବା ନିବୃତି କୁମାରୀ, ଓଡ଼ିଶା ଟେଲିଭିଜନ ଗ୍ରୁପ୍‌ର ଡିଜିଟାଲ ବିଜନେସ୍ ମୁଖ୍ୟ ଲିଟିଶା ମଙ୍ଗତ ପଣ୍ଡା, ମିସ୍ ଟ୍ରାନ୍ସ କୁଇନ୍ ୨୦୨୩ର ପ୍ରଥମ ଉପବିଜେତା ଇଲା ଡି ବର୍ମା, ମିସେସ୍ ଇଣ୍ଡିଆ ଆଇଏନସି ଓ ଫେମ୍ ଇଂଟରନ୍ୟାସନାଲ ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୨୦୧୬ର ପ୍ରତିଷ୍ଠାତା ମୋହିନୀ ଶର୍ମା, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଇତିଶା ନାଗର ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ କେରଳର ପ୍ରଥମ କିନ୍ନର ଆଇନଜୀବୀ ପଦ୍ମା ଲକ୍ଷ୍ମୀ, ଓଡ଼ିଶା କମିଶନରେଟ୍ ପୁଲିସର ସହକାରୀ ପୁଲିସ କମିଶନର ଅଞ୍ଜନା ଟୁଡୁ, ଫୁଡ୍‌ଫାଇଣ୍ଡୋ ଓ ନୋମାଡିକ୍ ନ୍ୟାରେଟର୍‌ର ପ୍ରତିଷ୍ଠାତା ରୋହିତ ଶ୍ରୀବାସ୍ତବ ଏବଂ ଫୋର୍ସର ପ୍ରତିଷ୍ଠାତା ଓ କ୍ୟାପଟେନ୍ ଧରମବୀର ସିଂହ ପ୍ରମୁଖ ଯୋଗଦେଇ ନିଜର ମୂଲ୍ୟବାନ ଅନୁଭୂତି ଓ ଜ୍ଞାନସମ୍ପନ୍ନ ଦୃଷ୍ଟିକୋଣ ଦର୍ଶକଙ୍କୁ ସମୃଦ୍ଧ ଓ ପ୍ରେରଣା ଦେଇଥିଲେ I ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇଥିଲା ଯାହା ଭବିଷ୍ୟତର ଚିନ୍ତାଧାରାର ଲିଡର୍‌ମାନଙ୍କୁ ନିରନ୍ତର ଶିକ୍ଷା ଗ୍ରହଣ କରିବାକୁ ସଶକ୍ତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ