ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ୮ ସୁଦ୍ଧା ଲଘୁଚାପ


ଭୁବନେଶ୍ବର: ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍‌ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହୋଇ ୯ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ। ଏହାପରେ ଅବପାତ ବାତ୍ୟାରେ ପରିଣତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ।

ଏବେ ପର୍ଯ୍ୟନ୍ତ ବାତ୍ୟାର ସଠିକ୍‌ ଗତିପଥ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଲଘୁଚାପ ସୃଷ୍ଟି ହେଲା ଏହାର ତୀବ୍ରତାକୁ ଆକଳନ କରାଯାଇପାରିବ ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆକଳନ ଅନୁସାରେ, ୮ରୁ ୧୨ ତାରିଖ ଯାଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବ ।