ସମ୍ବଲପୁର:ସୋମବାର ବିହାର ରାଜ୍ୟର ଭାଘଲପୁର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୋଜିତ ପିଏମ କିସାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତି ସମାରୋହରେ ଦେଶର ୯କୋଟି ୮ ଲକ୍ଷ ଚାଷୀଙ୍କୁ ୧୯ ତମ କିସ୍ତି ରେ ୨୨ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି I ଏହି ପରିପ୍ରେକ୍ଷୀ ରେ ଜିଲ୍ଲାସ୍ତରୀୟ କିଷାନ ସମ୍ମାନ ସମାରୋହ ଗଙ୍ଗାଧର ବିଶ୍ଵବିଦ୍ୟାଳୟ ପ୍ରେକ୍ଷାଳୟ ରେ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆୟୋଜନ କରଯାଇଥିଲା। ଏହି ସମାରୋହ ରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ, ରାଜସ୍ୱ ବିଭାଗୀୟ ଆୟୁକ୍ତ(ଉତ୍ତରାଞ୍ଚଳ) ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ (ଆଇଏଏସ), ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ ଲାଲ(ଆଇ.ପି.ଏସ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ(ଆଇପିଏସ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦ ଭୂଷଣ(ଆଇ.ଏ.ଏସ.) ଙ୍କ ସମେତ କୃଷକ ଭାଇବନ୍ଧୁ ପ୍ରମୁଖ ଆଭାସୀ ମାଧ୍ୟମରେ ସମାରୋହ ରେ ଯୋଗ ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ, ଶିକ୍ଷା, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ଉଭୟ କେନ୍ଦ୍ରସରକାର ଓ ରାଜ୍ୟସରକାର ସର୍ବଦା କାର୍ଯ୍ୟ କରୁଛନ୍ତି, ନୂଆ ନୂଆ ଯୋଜନା ର ଆରମ୍ଭ କରୁଛନ୍ତିI ସେଥିମଧ୍ୟରୁ ପିଏମ କିଷାନ ସମ୍ମାନ ନିଧି ଯୋଜନା ହେଉଛି ଏକ ପ୍ରୟାସ ଯେଉଁ ଯୋଜନା ଅଧୀନରେ ଆଜି ୧୯ ତମ କିସ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଷିଭାଇ ମାନଙ୍କୁ ପ୍ରଦାନ କରିବେ। କୃଷି କ୍ଷେତ୍ର ରେ ଉନ୍ନତି ପାଇଁ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ବାଣିଜ୍ୟିକ କୃଷି ଉଦ୍ୟୋଗ ସ୍ଥାପନ ପାଇଁ କୃଷି ଉଦ୍ୟୋଗୀ ମାନଙ୍କୁ ପୁଞ୍ଜି ନିବେଶ ସବସିଡି ମଧ୍ୟ ଯୋଗାଇ ଦିଆଯାଉଛି ଯାହା ଦ୍ଵାରା କେବଳ ଧାନଚାଷ ନୁହେଁ ବରଂ ମତ୍ସ୍ୟ ପାଳନ, ପଶୁ ପାଳନ, ମହୁଚାଷ,ଛତୁଚାଷ ଆଦି କାରିପାରିବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଶେଷରେ ଆମ ଜିଲ୍ଲାର ର କୃଷି ଆଧାରିତ ବ୍ୟବସାୟ କୁ ଆହୁରି ଆଗକୁ ବଢାଇବା, ସମ୍ବଲପୁର କୁ ଏକ କୃଷିକ୍ଷେତ୍ର ର ପେଣ୍ଠସ୍ଥଳୀ ରେ ପରିଣତ କରିବାପାଇଁ ପ୍ରୟାସ କରିବାକୁ କହିଥିଲେ।
ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଧନକଉଡା(୨୭୦୦), ରେଢାଖୋଲ(୭୦୨୨), ନାକଟିଦେଉଳ(୮୨୩୫), ରେଙ୍ଗାଲି(୫୬୩୮), ବାମରା(୯୬୧୩), ଯୁଯୁମୁରା(୭୧୭୮), ମାନେଶ୍ବର(୪୪୧୮), କୁଚିଣ୍ଡା(୮୬୨୦) ଓ ଜମନକିରା(୭୮୧୩) ବ୍ଲକ ସମେତ ସମ୍ବଲପୁର ଜିଲ୍ଲାର ମୋଟ ୬୧୨୩୭ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୨,୨୪,୭୪,୦୦୦ ଟଙ୍କା ହସ୍ତାନ୍ତର ହୋଇଛି ।ଏହି ପରିପ୍ରେକ୍ଷୀ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ସମ୍ବଲପୁର ଜିଲ୍ଲା ର ପ୍ରାୟ ୨୦ ଜଣ ଲାଭାର୍ଥୀ ଙ୍କୁ ପ୍ରାୟ ୫,୪୧,୮୩,୩୫୨ ଟଙ୍କା ର ସବସିଡି ବିଭିନ୍ନ କୃଷି ଭିତ୍ତିକ ପ୍ରକଳ୍ପ ନିମନ୍ତେ ପ୍ରଦାନ କରାଯାଇଛି।ସିଡ ମନି ବାବଦରେ ୪ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ମୋଟ ୪୦,୦୦୦ ଟଙ୍କା(ପ୍ରୋଜେକ୍ଟ କଷ୍ଟ), ମତ୍ସ୍ୟଚାଷ ପାଇଁ ୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ମୋଟ ୨୧,୯୮,୦୦୦ ଟଙ୍କା, ପଶୁପାଳନ ବିଭାଗର ଗୋପାଳନ ଯୋଜନା ଅଧୀନରେ ରେ ୭ ଜଣ ହିତାଧିକାରୀ ଙ୍କୁ ୧୧,୨୮,୯୬୦ ଟଙ୍କା, ଊଦ୍ୟାନ କୃଷି ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜାନା ଅଧୀନରେ ୨୭ ଜଣ ହିତାଧିକାରୀ ଙ୍କୁ ୧୩,୨୦,୫୭୮ ଟଙ୍କା ସବସିଡି ବାବଦରେ ପ୍ରଦାନ କରାଯାଇଛି।
ସମ୍ବଲପୁର :ଜିଲ୍ଲାସ୍ତରୀୟ କିସାନ ସମ୍ମାନ ସମାରୋହ
