Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ଆଜି ସକାଳୁ ମୃଦୁ ଭୂମିକମ୍ପ

ଭୁବନେଶ୍ୱର: ଓଡ଼ିଶାରେ ଆଜି ସକାଳୁ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି। ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଏହି ଭୂକମ୍ପର କୌଣସି କ୍ଷୟକ୍ଷତି ଖବର ବର୍ତ୍ତମାନ ସୁଦ୍ଧା ହସ୍ତକ୍ଷେପ ହୋଇନାହିଁ। ଭୂକମ୍ପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସୁନାମୀ ଭୟ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅନ୍ୟପକ୍ଷରେ ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ