ରାଉରକେଲା ଏବିଭିପି ର ପାଞ୍ଚ ଦିନିଆ ଖେଳ ମହୋତ୍ସବ


ସମ୍ବଲପୁର:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଉରକେଲା ମହାନଗର ତରଫରୁ ପାଞ୍ଚ ଦିନ ଧରି ନଗର ଖେଳ କୁମ୍ଭ ଅନୁଷ୍ଠିତ ହୋଇଯାଇଛି। ଆଜିର ବିଦ୍ୟାର୍ଥୀ ମାନଙ୍କୁ ମୋବାଇଲ ନାମକ ମାୟାଜାଲ ଓ ସମାଜରେ ଚାଲୁଥିବା ବିଭିନ୍ନ ଅନୈତିକ କାର୍ଯ୍ୟକଳାପରୁ ବିମୁକ୍ତ କରି ଖେଳ ମାଧ୍ୟମରେ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମ ଗତ ୧୯/୦୨/୨୦୨୫ ରୁ ଆରମ୍ଭ ହୋଇ ୨୪/୦୨/୨୦୨୫ ରେ ସମାପନ ହୋଇଥିଲା।ପ୍ରଥମ ଦିନ ଭଲିବଲ ଓ ବେଡମିଟନ ବଏଜ ଖେଳ ଆରମ୍ଭ ହୋଇଥିଲା।ଦ୍ୱିତୀୟ ଦିନ ବେଡମିଟନ ଗାର୍ଲ୍ସ ଓ କବାଡି ବଏଜ ହୋଇଥିଲା ଓ ତୃତୀୟ ଦିନରେ କବାଡି ଗାର୍ଲ୍ସ ଓ କ୍ରିକେଟ ହୋଇଥିଲା ଚତୁର୍ଥ ଓ ପଞ୍ଚମ ଦିନ କ୍ରିକେଟ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟି ସେକ୍ଟର ୨୦ ରାଇଜିଂ ଖେଳ ପଡ଼ିଆରେ ଆୟୋଜିତ ହୋଇଥିଲା । ପ୍ରଥମ ଦିନ ଏବିଭିପି ଓଡ଼ିଶା ପଶ୍ଚିମର ପ୍ରାନ୍ତ ସମ୍ପାଦକ ଶ୍ରୀମାନ ଶ୍ୱେତାଂଶୁ ଶେଖର ବରେଇ , ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ , ଏବିଭିପି ରାଉରକେଲା ଜିଲ୍ଲା ସଂଯୋଜକ ଜ୍ୟୋତିର୍ମୟ ସ୍ୱାଇଁ ଓ ରାଉରକେଲା ମହାନଗର ସମ୍ପାଦକ କିଶୋର କୁମାର ଭୋଇ ଏହି କାର୍ଯ୍ୟକ୍ରମ କୁ ଉଦ୍ଦଘାଟନ କରିଥିଲେ ଓ ଦ୍ୱିତୀୟ ଦିନ ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଅଗ୍ରୱାଲ , ସମାଜସେବୀ ଅନିତା ଅଗ୍ରୱାଲ ଓ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସହ ସମ୍ପାଦକ ବିଶାଳ କୁମାର ରାମ ଉପସ୍ଥିତ ଥିଲେ , ତୃତୀୟ ଦିନ ବିଦ୍ୟାର୍ଥୀ ପରିଷଦର ପୁରୁଣା କର୍ଯ୍ୟକର୍ତ୍ତା କମଲେଶ ସାହା ଓ ରମଣ ଝା ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।ସୋମବାର ଦିନ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ମାନନୀୟ ସନାତନ ପ୍ରଧାନ , ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପଦ୍ମିନୀ ପାଣିଗ୍ରାହୀ ଓ ଏବିଭିପି ର ପୂର୍ବତନ କାର୍ଯ୍ୟକର୍ତ୍ତା କମଲେଶ ସାହା , ରାଉରକେଲା ମହାନଗର ସଭାପତି ଅର୍ଘଦୀପ ବାନାର୍ଜୀ ଓ ମହାନଗର ସମ୍ପାଦକ କିଶୋର କୁମାର ଭୋଇ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।ଏହି ପ୍ରତିଯୋଗିତାରେ ରେ ୬ ଟି କ୍ରୀଡା ମାଧ୍ୟମରେ ୧୦ ଟି ମହାବିଦ୍ୟାଳୟରୁ ୩୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗଦାନ କରି ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏବିଭିପି ରାଉରକେଲାର ୩୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।