Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଝରଣ ପର୍ଯ୍ୟଟନର ମାନ୍ୟତା ପାଇଲା ସତ, ବିକାଶ କିନ୍ତୁ ଅପହଞ୍ଚ, କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ଦେବଝରଣ ପର୍ଯ୍ୟଟନର ମାନ୍ୟତା ପାଇଲା ସତ, ବିକାଶ କିନ୍ତୁ ଅପହଞ୍ଚ ହୋଇଥିବାରୁ ଶେଷରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଏହାର ବିକାଶ ଓ କାର୍ଯ୍ୟକାରିତା ନେଇ ଜନମତ ଦାବି ଉଠିଛି।
ସମ୍ବଲପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ‘ଦେବଝରଣ’ର ବିକାଶ ଓ ସୁପରିଚାଳନା ନିମନ୍ତେ ଦାବି ହୋଇଛି। ଏନେଇ ଆଜି ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଡ୍ୟାମରେ ବୋଟିଂ ପାଇଁ ବୋଟ ଆସିଛି। ହେଲେ ୨ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ ପାରିନି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ସୁନ୍ଦର ଉଦ୍ୟାନ ହୋଇଛି । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି | ବନ ବିଭାଗ ପକ୍ଷରୁ ନିର୍ମାଣଧୀନ ୱାଚ୍ ଟାୱାର ଅଧପନ୍ତରିଆ ପଡ଼ି ରହିଛି। ଜଳ ପ୍ରପାତ ଉପରକୁ ଉଠିବାକୁ ଏକ ପାହାଚର ଆବଶ୍ୟକତା ରହିଛି। ନୂତନ ପିଣ୍ଡି ନିର୍ମାଣ, ଶୌଚାଳୟର ସୁପରିଚାଳନା, କେନାଲର ରକ୍ଷଣାବେକ୍ଷଣ, ଡେବ୍ରିଗଡ ଢାଞ୍ଚାରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ କଟେଜ ନିର୍ମାଣ, ଏକ ଓପନ ଜୁର ବ୍ୟବସ୍ଥା କରାଗଲେ ଦେବଝରଣକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ ସମୟରେ ଦେବଝରଣକୁ ପରିଦର୍ଶନରେ ଆସିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରିଦର୍ଶନରେ ଯିବେ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଦେବଝରଣ ବିକାଶ ମଞ୍ଚ ଆବାହକ ଅରୁଣ ଦେହୁରୀ, ସଭାପତି ବୀରେନ ଭୋଇ, ସମ୍ପାଦକ ଗୌତମ ପ୍ରଧାନ, ଦୀପକ ପ୍ରଧାନ, ବିବେକା ବେହେରା, ରବୀନ୍ଦ୍ର ବିଶ୍ଵାଳ, ଲିପିବଦ୍ଧ ଧଳ, ସୁଧୀର ବିଶ୍ବାଳ, ପ୍ରମୁଖ ଙ୍କ ସହିତ ବିଜେପିର ବରିଷ୍ଠ ନେତା ଦୁଲାଳ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ