Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଓ ଜଗନ୍ନାଥପ୍ରସାଦ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସମ୍ବଲପୁର:ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l ଉକ୍ତ ଦିବସରେ ବିଦ୍ୟାଳୟର ସମ୍ପାଦକ, ମାନନୀୟ ଶ୍ରୀଯୁକ୍ତ ଜୟଶଙ୍କର ପାଢ଼ୀ, ବିଜ୍ଞାନ ଶିକ୍ଷା ଦାନ କରୁଥିବା ଶ୍ରୀମତୀ ଅନୁପମା ପ୍ରଧାନ,ଶ୍ରୀମତୀ କୁଞ୍ଜଲତା ହୋତା,ମୁଖ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ ଉଦିତ ଚନ୍ଦ୍ର ପାଟଜ୍ୟୋଶି, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଭୁ ପ୍ରସାଦ ମହାପାତ୍ର ମହୋଦୟ ମଞ୍ଚlସୀନ ଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ବିଭୁପ୍ରସାଦ ମହାପାତ୍ର ଅତିଥି ମହୋଦୟଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାନନୀୟ ଶ୍ରୀଯୁକ୍ତ ଉଦିତ ଚନ୍ଦ୍ର ପାଟଜ୍ୟୋଶି ବିଜ୍ଞାନର ନୂତନ କୌଶଳ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।ମୁଖ୍ୟ ବକତ୍ରି ଶ୍ରୀମତୀ କୁଞ୍ଜଲତା ହୋତା ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ବିଷୟରେ ଅବତାରଣା କରିଥିଲେl ଏହି ଉତ୍ସବ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ ଭାଇଭଉଣୀ ଓ ଗୁରୁଜୀ ଗୁରମା ଅଂଶ ଗ୍ରହଣ କରିଥିଲେ।
ସେହିପରି ନାକଟିଦେଉଳ ବ୍ଲକ ଜଗନ୍ନାଥ ପ୍ରସାଦ ସରସ୍ଵତୀ ଶିଶୁ ମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରଞ୍ଚି ଶଙ୍କର ସାହୁଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଶ୍ରୀଯୁକ୍ତ ପୁରୁଷୋତ୍ତମ ବେହେରା ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ ବିଜୟ କୁମାର ସାହୁଙ୍କ ପରିଚାଳାନାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାନ୍ତି ଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ମୁଖ୍ୟ ଅତିଥି ନିଜ ଉଦବୋଧନରେ “ ପ୍ରତି ଶିଶୁଙ୍କ ଠାରେ ବିଜ୍ଞାନ ମନୋଭାବ ସୃଷ୍ଟି ରଖିବା” ବୋଲି ମୁଖ୍ୟ ଅତିଥି ଶିଶୁଙ୍କୁ ଉଦବୋଧନ ଦେଇଥିଲେ । ଆଚାର୍ଯ୍ୟା ଗୀତାଞ୍ଜଳି ଦାଶ ପରିଚୟ ଦେଇ ଥିବାବେଳେ ଆଚାର୍ଯ୍ୟ ଶ୍ରୀମାନ ସୁଭାଷ ଚନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ। ମୋଟ ୩ଟି ବର୍ଗରେ ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରକଳ୍ପ ଓ ବୈଜ୍ଞାନିକ ମାନଙ୍କ ଫଟୋ ଚିତ୍ର ପ୍ରଦର୍ଶନୀ ଆଦି ପ୍ରତିଯୋଗୀତା କରାଯାଇ ଥିଲା। ମୋଟ ୧୨୪ଜଣ ଶିଶୁ ଅଂଶ ଗ୍ରହଣ କରି ଥିଲେ ଓ କୃତୀ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ | ଶେଷରେ ଶ୍ରୀମତୀ ସାଗରୀକା ପ୍ରଧାନ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ