ବିନିକା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସଂସାମୁରା ଠାରେ କୃଷକ ମେଳା ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ଼କ୍ଟର ବିଶ୍ୱରଂଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଓ ୟୁ ଏ ଟି ର କୃଷି ବୈଜ୍ଞାନିକ ଅଜୟ କୁମାର ଦାଶ, ଡ଼କ୍ଟର ନିହାର ରଞ୍ଜନ ସାହୁ, ଡ଼କ୍ଟର ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ଉପପ୍ରାଣୀ ଚିକିତ୍ସକ ସୁଧୀର କୁମାର ପଣ୍ଡା , ଡ଼କ୍ଟର ତ୍ରିନାଥ ଖଣ୍ଡାୟତ ରାୟ , ଜିଲ୍ଲା ଯାନ୍ତ୍ରିକ କୃଷି ଅଧିକାରୀ ପ୍ରିୟଙ୍କା ବେହେରା ପ୍ରମୁଖ ମଞ୍ଚାସିନ ହୋଇ କୃଷକ ମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିବାବେଳେ ଜିଲ୍ଲା କୃଷି ପ୍ରିୟମ୍ବଦା ଲୋପାମୁଦ୍ରା ରାୟ , ତନ୍ମୟ ନନ୍ଦ, ପ୍ରମୋଦ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ l ପାୱାର ୱାଇଡ଼ର , ନଡ଼ିଆ କତା ଛଡା ଯନ୍ତ୍ର, ଘାସ ବଛା , ପଲହା ରୁଆ ଯନ୍ତ୍ର ଭଳି ପାଞ୍ଚ ଗୋଟି ଯନ୍ତ୍ର ପ୍ରଦର୍ଶନ କରାଯାଇଥିଲା l
ସଂସାମୁରା ରେ ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୃଷକ ମେଳା ଓ ପ୍ରଦର୍ଶନୀ ଆୟୋଜିତ
