Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶ୍ରଣ ପର୍ବ ରେ ବିଜେପି ରେ ସାମିଲ ହେଲେ ଆଠ ସରପଞ୍ଚ ଙ୍କ ସହ ଶତାଧିକ କର୍ମୀ।

ହାଟଡିହି ଶନିବାର ଦିନ ତରତରା ଠାରେ ହୋଇଥିବା ଭାରତୀୟ ଜନତା ପାର୍ଟି ମିଶ୍ରଣ ପର୍ବ ରେ ସାମିଲ ହେଲେ ଏକାଧିକ ସରପଞ୍ଚ ଙ୍କ ସହ ସେମାନଙ୍କ ର ସମର୍ଥକ। ସୂଚନଯୋଗ୍ୟ ଯେ ତରତରା ଠାରେ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଓ ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ ଙ୍କ ନିର୍ଦ୍ଦେଶ ହୋଇଛି। ଏଥରେ ଭାରତୀୟ ଜନତା ପାର୍ଟି ର ମୁଖ୍ୟ ନେତୃତ୍ଵ ମାନେ ଉପସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ର ହାଟଡିହି ବ୍ଲକର ପ୍ରାୟ ସାତ ଜଣ ସରପଞ୍ଚ ଓ ଆନନ୍ଦପୁର ରୁ ଜଣେ ସରପଂଚ ଙ୍କ ସହ ସେମାନଙ୍କ ର ସର୍ମଥକ ମାନେ  କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉପରେ ଆସ୍ଥା ଓ ମୋଦୀଜି ଙ୍କ ବିକାଶ ଧାରା କୁ ତ୍ଵରାନିତ କରିବା ଶୈଳୀ ଦେଖି ବିଜେପି ସାମିଲ ହୋଇ ଥିବା କହିଛନ୍ତି। ଏହି ମିଶ୍ରଣ ପର୍ବ ରେ ସାଳନିଆ ସରପଞ୍ଚ ସୁମିତ୍ରା ଯେନା, ଡଅଁର ସରପଞ୍ଚ ଆରତୀ ଜେନା, ଜମ୍ବିରା ସରପଞ୍ଚ ପୁଅ ଖଜ ମଲ୍ଲିକ, ପନ୍ଦାଡୋ ସରପଞ୍ଚ ପ୍ରତିନିଧି ନିକୁଜ ବିହାରୀ ଓଝା, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ଆକରୁଆ ସରପଞ୍ଚ ହେମଲତା ବେହେରା, ଙ୍କ ସହ ଆନନ୍ଦପୁର ଜଳସୁଆଁ ସରପଂଚ ଙ୍କ ସହ ସେମାନଙ୍କ ର ଶତାଧିକ କର୍ମୀ ମାନେ ମିଶି ଥିବା ସୂଚନା ମିଳିଛି। ଯାହା ଦ୍ଵାରା ବିଜେପି ସକ୍ରିୟ ହେଉଥିବା ବେଳେ ଆନନ୍ଦପୁର ରେ ବିଜୁ ଜନତା ଦଳର ବିଧାୟକ ଅଭିମନ୍ୟୁ ସେଠୀ ଙ୍କ କୌଣସି ଗୁରୁତ୍ଵ ରହୁନଥିବା ରୁ କିଛି ଦିନ ପୂର୍ବରୁ ହାଟଡିହି ବ୍ଲକ ସଭା ଗୃହ ରୁ ସଭ୍ୟ କକ୍ଷ୍ୟ ତ୍ୟାଗ କରିଥିବା ବେଳେ ଶନିବାର ସାତ ସରପଂଚ ବାୟ ବାୟ କରିଛନ୍ତି। ଏହି ମିଶ୍ରଣ ଯଦି ଏବେ ଠାରୁ ଆରମ୍ଭ ହୁଏ ଆଗକୁ ପଞ୍ଚାୟତ ପୌର ପରିଷଦ ନିର୍ବାଚନ ଆନନ୍ଦପୁର ରେ  ଚବିଶ ବର୍ଷ ର ବିଜୁ ଜନତା ଦଳ ତଥା ଏବେ ର ବିରୋଧୀ ଦଳ ଆଗକୁ ସରପଞ୍ଚ କରିବାକୁ ଯୋଗ୍ୟ ପାର୍ଥି ପାଇବାକୁ ନେଇ ମୁଣ୍ଡ ବିନ୍ଧା ଆରମ୍ଭ ହେବ। ଏହି  ମିଶ୍ରଣ ପର୍ବ ପରେ ମଧ୍ୟ କଂଗ୍ରେସ ଚୁପ ଥିବାରୁ ଦଳ ରେ ସାଧାରଣ ନିର୍ବାଚନ ବେଳେ ସେକେଣ୍ଡ ସ୍ଥର ରେ ଦଳ ଏବେ ପାଟି ଖୋଲୁ ନଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା ବିଜେପି ରାଜ୍ୟ ଓ ଗ୍ରାମାଞ୍ଚଳ ସ୍ତରରେ। ସୁଦୃଢ ହେଉଥିବା ଦେଖିବାକୁ ମିଳିବ ବୋଲି ଯାହା ସୂଚନା ମିଳୁଛି। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ବର୍ମା, ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ରାଜ୍ୟ କୃଷକ ନେତା ମହେଶ୍ୱର ସାହୁ ଅନ୍ୟ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ସାହୁ ବରିଷ୍ଠ ବିଜେପି ନେତା ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ, ଯୁଧିଷ୍ଟିର ମଲ୍ଲିକ, ସୁଶାନ୍ତ ଜେନା, ଟୁକୁନା ମହାନ୍ତ, ନିରାକାର ଦଳେଇ, ନାରାୟଣ ରାଉତ, ଜିଲ୍ଲା ପରିଷଦ ଅସୀମା ମିଶ୍ର, ଦୀପ୍ତି ମୟୀ ସାହୁ, ମିନତୀ ମହାପାତ୍ର , ତୃପ୍ତି ମୟି ଜେନା, ଦିପ୍ତିମୟୀ ଖୁଣ୍ଟିଆ ପ୍ରମୁଖ ଶତାଧିକ କର୍ମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସହୋଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ