ଖଣ୍ଡହତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏ ଉପଲକ୍ଷେ ଆୟୋଜିତ ଏକ ସଭାରେ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ନାୟକ ସଭାପତିତ୍ବ କରିଥିଲାବେଳେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ସପ୍ତଦୀପା ସାହିତ୍ୟ ସଂସଦ ର ସଭାପତି ଡ.ଦ୍ବିତୀକୃଷ୍ଣ ପଣ୍ଡା ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ l ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସନ୍ତୋଷିନୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଙ୍ଗାଧର ସାହୁ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୂର୍ତ୍ତି ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ଗାନ ପରେ ଶିକ୍ଷକ ବଳରାମ ମିଶ୍ର ଅନୁଷ୍ଠାନର ବିବରଣୀ ପଠନ କରିଥିଲେ। ସବୁ ବିଦ୍ୟା ବହିରୁ ଆୟତ୍ତ କରି ହୁଏନା, ଗୁରୁ ଲୋଡା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ନାରାୟଣ ଜଗଦଲା ସଭା ସଂଯୋଜନା କରିଥିଲାବେଳେ ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସୁସ୍ମିତା ନାଏକ , ଧୀରେନ୍ କୁମାର ମିଶ୍ର , ଶେଷଦେବ ପଧାନ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା ।ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।