Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଦେବ ମହାପ୍ରଭୂ ଙ୍କ ନାମଯଜ୍ଞ ପାଈଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ସମ୍ବଲପୁର ସହରର ସର୍ବପୁରାତନ ଐତିହାସିକ ସାକ୍ଷୀଗୋପୀନାଥ ଦେବ ଙ୍କ ମନ୍ଦିର ର ଏକ ସ୍ବତନ୍ତ୍ର ପରିଚୟ ଓ ପରମ୍ପରା ରହିଛି । ଦେବାଧିଦେବ ମହାଦେବ ଓ ଜଗତ୍ ଜନନୀ ଆଦିମାତା ପାର୍ବତୀ ଙ୍କ ବିବାହୋତ୍ସବ ପବିତ୍ର ଶୀତଳଷଷ୍ଠୀ ରେ ଭଗବାନ ଶ୍ରୀ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଉପସ୍ଥିତି ର ଏକ ପୌରଣିକ ମହତ୍ତ୍ଵ ଓ ବିଶେଷତ୍ଵ ରହିଛି ।
ପ୍ରତି ବର୍ଷ ସମ୍ବଲପୁର ସହର ର ସାଖିପଡ଼ା ରେ ଥିବା ଶ୍ରୀ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଦେବ ମହାପ୍ରଭୂ ଙ୍କ ମନ୍ଦିର ରେ ନାମଯଜ୍ଞ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ମଧ୍ଯ ମହାପ୍ରଭୂ ଙ୍କ ର ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ମନ୍ଦିର ପ୍ରାଙ୍ଗଣ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀପଡ଼ା ଅଞ୍ଚଳ ର ଅଞ୍ଚଳବାସୀ ଙ୍କୁ ନେଇ ଆଜି ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏପ୍ରିଲ୍ ପ୍ରଥମ ସପ୍ତାହ ରେ ଚଳିତ ବର୍ଷ ର ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହେଇଛି । ଏହି ବୈଠକ ରେ ନାମଯଜ୍ଞ ର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ସକ୍ରୀୟ ସଦସ୍ୟ ମାନଙ୍କୁ ନାମଯଜ୍ଞ ର ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନା ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି ।
ଆଜିର ବୈଠକ ରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଦୁଲାଲ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଭାବେ ମାନସ ରଞ୍ଜନ ବକ୍ସି, ଉପସଭାପତି ଭାବେ ପ୍ରବୀନ୍ ସିଂଦେଓ, ସଂପାଦକ ଭାବେ ଦୀପକ ବୋହିଦାର, ଯୁଗ୍ମ ସମ୍ପାଦକ ଭାବେ ପ୍ରକାଶ ପଟ୍ଟନାୟକ, ସହ ସମ୍ପାଦିକା ଭବେ ସୁଶ୍ରୀ ସଞ୍ଜୁକ୍ତା ପଟ୍ଟନାୟକ, କୋଷାଧ୍ୟକ୍ଷ ଭବେ କୁବେର ପଟ୍ଟନାୟକ, ସହ କୋଷାଧ୍ୟକ୍ଷ ଭାବ ପ୍ରସନ୍ନ କୁମାର ବିଶ୍ବାଳ, ଭୋଗ ଘର ଦାୟିତ୍ୱରେ ଅଜିତ ପଟ୍ଟନାୟକ ଓ ଅନିଲ ବୋହିଦାର୍ ଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଦୀପ ପଟ୍ଟନାୟକ, ଇଂ. ଶ୍ରୀକାନ୍ତ ପାଣିଗ୍ରାହୀ ଓ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ବିଜୟ ସାହୁ, ଶ୍ରୀଧର ଦାସ, ଜିତେଶ ପାଣିଗ୍ରାହୀ, ଗଙ୍ଗା ସାହୁ, ବିଶ୍ୱନାଥ ମେହେର ଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
ଆଜିର ବୈଠକ ରେ ଆନ୍ୟ ମାନଙ୍କ ମଧ୍ୟରେ ଗଣେଷ ବାବୁ, ନବୀନ ପଟ୍ଟନାୟକ, ବଳରାମ ମଟାରୀ, ଲିଲି ପଟ୍ଟନାୟକ, ସନ୍ତୋଷିନି ନାଥ, ମିନା ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ