Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରମାଗତ ୫୧ଦିନରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ:ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନିତ ହେଲା ନିଷ୍ଠା ପରିବାର

ସମ୍ବଲପୁର:୫୧ଦିନ ଧରି କ୍ରମାଗତ ଭାବରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ କରି ନିଷ୍ଠା ପରିବାର ଦେଶ ଓ ଜାତି ପାଇଁ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।ଫଳରେ ନିଷ୍ଠା ପରିବାର ଗ୍ରୀନିସ ବୁକରେ ସ୍ଥାନ ପାଇ କେବଳ ବରଗଡ଼ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ନିଜର ସାମାଜିକ ଦାୟିତ୍ୱର ପ୍ରତିଛବିକୁ ପ୍ରମାଣିତ କରିବାରେ ବ୍ରତୀ ହୋଇଛନ୍ତି।
ବରଗଡ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଦ୍ଵାରା ଗତ ତା-୦୧-୦୧-୨୦୨୫ରିଖ ରୁ ତା-୨୦-୦୨-୨୦୨୫ରିଖ ପର୍ଯ୍ୟନ୍ତ ଆୟୋଜିତ ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନର ଉଦଯାପନୀ ସମାରୋହ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ସ୍ଵତନ୍ତ୍ର ଅତିଥି ଭାବରେ ଇଣ୍ଡିଆ ବୁକ ଅଫ ରେକର୍ଡ ର କ୍ରୀଷ୍ଣ କୁମାର ଗୁପ୍ତା, ସମ୍ବାନିତ ଅତିଥି ଭାବରେ ବରଗଡ଼ ଏଡିଏମ ଶ୍ରୀମତୀ ମଧୁଛନ୍ଦା ସାହୁ , ବରଗଡ଼ ରକ୍ତ ଭଣ୍ଡାର ଅଧିକାରୀ ଡା.ସୁଶାନ୍ତ କର,ଡି.ପି.ଏମ ଗିରିଜା ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇ ରକ୍ତ ଦାନ କ୍ଷେତ୍ରରେ ଜନ ସାଧାରଣଙ୍କୁ ସଚେତନ କରିବାରେ ନିଷ୍ଠା ପରିବାର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ। ନିଷ୍ଠା ପରିବାରର ଉପ ସଭାପତି ଶ୍ରୀ ମଦନ ମୋହନ ଦାଶଙ୍କ ସଂଯୋଜନା ଓ ସଭାପତି ରକ୍ଷପାଲ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନିଷ୍ଠା ର ସଂପାଦକ ଲୋକନାଥ ସାହୁ ବିବରଣୀ ପାଠ ଓ ଅନ୍ୟତମ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନା କରିଥଲେ। ସଭାରମ୍ଭରୁ ଇଣ୍ଡିଆ ଵୁକ ଅଫ ରେକର୍ଡର କ୍ରୀଷ୍ଣ କୁମାର ଗୁପ୍ତା ନିଷ୍ଠା ପରିବାରର ଗୁଣଗାନ କରି ୫୧ଦିନ ଧରି କ୍ରମାଗତ ଭାବରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ କରିଥିବା ଯୋଗୁଁ ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ନିଷ୍ଠା ପରିବାର ସ୍ଥାନ ପାଇଛି ବୋଲି ଘୋଷଣା କରିଥିଲେ। ଏହି ସମୟରେ ସମଗ୍ର ହଲ ତାଲି ମାଡରେ ପ୍ରକମ୍ପିତ ହୋଇ ଉଠିଥିଲା ।ଉପଦେଷ୍ଟା ଶ୍ରୀ ସଚି ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ନିଷ୍ଠା ପରିବାର ପ୍ରତ୍ୟେକ ସହଯୋଗୀ ସଂଗଠନ ମାନଙ୍କୁ ଉତ୍ତରୀୟ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବରଗଡ଼ ରକ୍ତ ଭଣ୍ଡାର ତରଫରୁ ନିଷ୍ଠା କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ନିଷ୍ଠା ତରଫରୁ ବରଗଡ଼,ବୁର୍ଲା,ସମ୍ବଲପୁର ଓ ପଦମପୁର ରକ୍ତ ଭଣ୍ଡାର ସହ ନିଷ୍ଠାର ମହିଳା ସଦସ୍ୟା ଙ୍କ ମାଁ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲା ନିଷ୍ଠା ପରିବାର। ଏହି ଭବ୍ୟ କାର୍ଯ୍ୟକ୍ରମରେ ବରଗଡ଼ର ଅଗ୍ରଣୀ ସଂଗଠନ ସଂକଳ୍ପ ପରିବାର, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ସେବା ଫାଉଣ୍ଡେସନ, ଆନନ୍ଦ ସେବା ସଦନ, କୋଶଳ ଡିଫେନ୍ସ ଏକାଡେମୀ, ବରଗଡ଼ ଫିଜିକାଲ ଏକାଡେମୀ,ଇଗଲ ସୋସିଆଲ ଗ୍ରୁପ, ଦୃଷ୍ଠି ଓ ସମ୍ବଲପୁର ର ସମ୍ବଳ, ପରିଚୟ, ଶିକ୍ଷା, ପଦମପୁରର ସହଯୋଗ ଅନୁଷ୍ଠାନ, କୋଶଳ ସଂଗ୍ରାମୀ ଅର୍ପଣ ଦାଶ ନାୟକ, ରମଣୀ ଦନ୍ତା ପ୍ରମୁଖ ଯୋଗ ଦେଇ ନିଷ୍ଠା ପରିବାର କୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ସଂପାଦକ ଲୋକନାଥ ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ସାନ ନୃତ୍ୟ ଏକାଡେମୀ ଦ୍ୱାରା କୁନି କୁନି ଛାତ୍ରୀ ମାନଙ୍କ ଦ୍ଵାରା ଏକ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯିବା ସହ ସମାରୋହର ସମାପ୍ତି ଘୋଷଣା କରଯାଇଥିଲା। ଏହି ଐତିହାସିକ ଦିନ କୁ ସ୍ମରଣୀୟ କରିବା ପାଇଁ ବରଗଡ଼ ରାମ ମନ୍ଦିର ଠାରେ ସରଧା ପାଲିର ଶ୍ରୀମତୀ ନଳିନୀ ଓ ଗୁଣନିଧି ସୁନାଙ୍କ ଶିଶୁ କନ୍ୟା ଗୀତାଂଶି ର ଶୁଭ ଅନ୍ନ ପ୍ରାଶନ୍ନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ତୁଷାର କାନ୍ତ ମିଶ୍ର, ନିଷ୍ଠା ପରିବାର ର ଦୟାନିଧୀ ଷଡଙ୍ଗୀ ଓ ଜୟି ମଙ୍ଗଳ ପ୍ରଧାନ ସୁପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ