Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀକୁ ଜୀବନର ଭାଷା କରିବାକୁ ଆହ୍ବାନ

ସମ୍ବଲପୁର:ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଶନିବାର ସମ୍ବଲପୁରୀ ଭାଷାର ଭବିଷ୍ୟତ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁରୀ ଭାଷାର ପ୍ରତିଷ୍ଟିତ ଭାଷାବିଦ ଡ. ପ୍ରୁଫୁଲ୍ଲ ତ୍ରୀପାଠୀ ଅତିଥି ଭାବରେ ଯୋଗ ଦେଇ ସମ୍ବଲପୁରୀ ଭାଷାର ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ବାନ ବିଷୟରେ ଅବଗତ କରିଥିଲେ ।ଅନ୍ୟ ଭାଷା ଭଲି ସମ୍ବଲପୁରୀ ଭାଷାକୁ ଯଦି ଜୀବନ ଜୀବିକାର ଭାଷା ଭାବେ ବ୍ୟବହାର କରାନଯାଏ ତେବେ ଭାଷାକୁ ଅଧିକ ଦିନ ସୁରକ୍ଷିତ ରଖାଯାଇ ପାରିବ ନାହିଁ ବୋଲି ସେ ସତର୍କ କରି କହିଥିଲେ। ତେଣୁ ସମ୍ବଲପୁରୀ ଭାଷାକୁ କେବଳ ସାହିତ୍ୟରେ ସୀମିତ ନରଖି ସମସ୍ତ କ୍ଷେତ୍ରରେ ବ୍ୟବହାର ଉପଯୋଗୀ କରିବାର ଆବଶ୍ୟକତା ରହିଥିବା ସେ ସୂଚାଇ ଦେଇଥିଲେ। ଏହାସହ ଯୁବ ପିଢୀ ନିଜର ଅନୁଭୁତିକୁ ସମ୍ବଲପୁରୀ ଭାଷାରେ ପ୍ରକାଶିତ କରିବା ଦିଗରେ ଚେଷ୍ଠିତ ହେବାକୁ ସେ ଆହ୍ବାନ କରିଥିଲେ। ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମେତ ଅତୀତରେ ଯେଉଁମାନେ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପାଇଁ କାର୍ଯ୍ୟ କରିବା ସହ ବର୍ତ୍ତମାନର ପିଢୀଙ୍କୁ ପ୍ରେରିତ କରିଛନ୍ତି ସେମାନଙ୍କ ବିଷୟରେ ମଧ୍ୟ ଆଗାମୀ ପିଢୀକୁ ସୂଚିତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ନିଜର ଜୀବନ ଯାତ୍ରା ଏବଂ କଟକରେ ରହି ସମ୍ବଲପୁରୀ ସାଧନା କରିବାରେ ସମସ୍ୟା ଏବଂ ଲାଭ ବିଷୟରେ ମଧ୍ୟ ନିଜର ଅନୂଭୁତି ବଖାଣିଥିଲେ। ଏହି ଅବସରରେ ଲୋକ ସଂସ୍କୃତି ଗବେଷକ ଡ. ଶ୍ୟାମସୁନ୍ଦର ଧର ସମ୍ବଲପୁରୀ ଭାଷାର ପ୍ରସାର ଦିଗରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିବା ସହ ଅତୀତର ଅନେକ ସ୍ମୃତି କୁ ଉଦଜୀବିତ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସାହିତ୍ୟକ ପ୍ରଶାନ୍ତ ମାଝୀ, ଲକ୍ଷ୍ମୀନାରାୟଣ ପଣ୍ଡା,ଡ ସତ୍ୟ ନାରାୟଣ ଠାକୁର, ଅଶୋକ କୁମାର ମିଶ୍ର,କମଳ ଲୋଚନ ପଣ୍ଡା,ଳଲିତ ମୋହନ ବେବର୍ତ୍ତା, ପଙ୍କଜିନୀ ମେହେର, ଳଲିତା ଭୋଇ, ପ୍ରତୀକ୍ଷା ବେବର୍ତ୍ତା, ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ ଏବଂ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ଆୟୋଜନରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର କର୍ମକର୍ତ୍ତା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ