Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁଳିର ଲୁଚକାଳୀ ଖେଳ,ଉପଭୋକ୍ତାଙ୍କୁ କାଳ:ଭିଜିଲାନ୍ସ ଟିମକୁ ଜିଲ୍ଲା ସାରା ବିରୋଧ,ପଞ୍ଚାୟତରୁ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ଗୁରୁତ୍ୱ

ସମ୍ବଲପୁର:ଦିନେ ନୁହେଁ କି ଦୁଇ ଦିନ। ମାସ ମାସ ଧରି ଚାଲିଛି ବିଜୁଳିର ଲୁଚକାଳି ଖେଳ। ଏହାକୁ ନେଇ ଅତିଷ୍ଟ ହେଲେଣି ବିଜୁଳି ଉପଭୋକ୍ତା। ଏଭଳି ଘଟଣା ଗ୍ରାମାଞ୍ଚଳରେ ନିତିଦିନିଆ ହୋଇଥିଲେବି ଚେତୁନି ଟାଟା ପାୱାର। ଫଳରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗତ କିଛି ମାସ ହେବ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ଏଭଳି ସମସ୍ୟା ଲାଗିରହିଥବା ବେଳେ ବିଜୁଳିର ଲୁଚକାଳୀ ଖେଳର ଅସଲ କାରଣ ନେଇ ବିଭାଗର ଜଣେ କୌଣସି ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। କିମ୍ବା ସରକାରୀ ସ୍ତରରେ ଏହାର ସମାଧାନ ନେଇ କୌଣସି ପ୍ରଶାସନିକ ପ୍ରତିକାରତ୍ମକ ବ୍ୟବସ୍ଥା ମଧ୍ୟ୍ୟ ହେଉ ନାହିଁ। ଫଳରେ ଦିନକୁ ଦିନ ବିଜୁଳି ବିଭ୍ରାଟ ଏକ ସଂକ୍ରମଣ ଭଳି ଏଗାଁ ରୁ ସେ ଗାଁକୁ ବ୍ୟାପିବାରେ ବସିଛି। ଏହାର ପ୍ରତିବାଦ ବା ସ୍ୱର ଉଠିଲେ ବିଭାଗୀୟ ଆକ୍ରୋଶ ମୂଳକ ପଦକ୍ଷେପ ଏକ ଏମାନବିୟତାର ସୀମା ଟପୁଛି। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସକାଳ ପାହୁ ପାହୁ ପଡିଆବାହାଲ, ହାତିବାରୀ, ରେଢ଼ାଖୋଲ, ନାକଟିଦେଉଳ, ମାନେଶ୍ଵର,ଜୁଯୋମୁରା, ସିନ୍ଦୁରପଙ୍କ ଭଳି ବିଭିନ୍ନ ସେକ୍ସନରେ ଏହା ନିତିଦିନିଆ ହୋଇଛି। ଏପରିକି ରକ୍ଷଣାବେକ୍ଷଣ ପ୍ରତି ଟାଟା ପାୱାର ଆଖି ବୁଜି ଦେଇଥିବାରୁ ଆଗାମୀ ଗ୍ରୀଷ୍ମ ପ୍ରଭାହ ବେଳକୁ ଏହା ଅଧିକ କଷଣ ହେବାର ସମ୍ଭାବନା ଦେଖାଦେଇଛି। କୋଣସି ପଞ୍ଚାୟତ, ବ୍ଲକ କିମ୍ବା ଜିଲ୍ଲାପରିଷଦ ବୈଠକରେ ଟାଟା ପାୱାର ର କାର୍ଯ୍ୟ ଦକ୍ଷତା କିମ୍ବା ଉପଭୋକ୍ତା ସେବା ଉପରେ କୌଣସି ଠୋସ ପଦକ୍ଷେପ ନିଆଯାଉନଥିବାରୁ ଟାଟା ପାୱାର ନିଜର ମନମର୍ଜି କାମ କରୁଥିବା ଓ ଗ୍ରାହକ ସେବାକୁ ପ୍ରାଧାନ୍ୟ ଦେବା ଭଳି ନୈତିକ ଦାୟିତ୍ୱରୁ ବହୁ ଦୂରରେ ରହୁଥିବା ନେଇ ସମ୍ବଲପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଗଠନ ର ଆବାହକ ତଥା ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା ସଙ୍ଘର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ଅଭିଯୋଗ ଆଣିଛନ୍ତି। ବିଜୁଳି ଏକ ଅତ୍ୟାବଶିକ ସେବା। ଏହାକୁ ଗୁରୁତ୍ୱ ଦେଇ ନିଜର ମାସିକ ବୈଠକରେ ସମସ୍ତ ପଞ୍ଚାୟତରେ ରେଜୁଲେସନ ପାସ କରାଇବା ସହିତ ସମସ୍ତ ବ୍ଲକ, ଏନଏସି ଓ ଜିଲ୍ଲା ପରିଷଦ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିଶ୍ଚିତ ଉପସ୍ଥିତି ରେ ସମସ୍ୟାର ଆଲୋଚନା କରାଯାଇ ରେଜୁଲେସନ ନିଆଯାଇ ଏହାକୁ ସାର୍ବଜନୀନ କରାଯିବା ଉଚିତ ବୋଲି ଡାକ୍ତର ଷଡ଼ଙ୍ଗୀ କହି ଏଦିଗରେ ନେତୃସ୍ଥାନୀୟ ଅଗ୍ରାଧିକାର ଦେବେ ବୋଲି ଆଶା ପୋଷଣ କରିଛନ୍ତି।
ସମ୍ପ୍ରତି ସମଗ୍ର ଜିଲ୍ଲାରେ ଏରିଅର ବିଲ ପୈଠ ନାମରେ ଟାଟା ପାୱାରର ଶୋଷଣ, ଜୁଲୁମ ଓ ବିଦ୍ୟୁତ ସେବା ବିଛିନ୍ନ କରିବା ଭଳି ଯେଉଁ ଭଳି ପଦକ୍ଷେପ ନେଉଛନ୍ତି ତାହା ଦିନକୁ ଦିନ ଅସହ୍ୟ ହେବାକୁ ବସିଲାଣି। ଏପରିକି ଭିଜିଲାନ୍ସ ଟିମ ନାମରେ ଯେଭଳି ଦଳଗତ ଭାବେ ଗାଁ, ପଡା ଓ ଘର ଭିତରେ ଜୋତା ଚପଲ ପିନ୍ଦି ପଶି ଯାଉଛନ୍ତି ତାହାକୁ ନେଇ ଘରେ ଘରେ ଚାପା ଉତ୍ତେଜନା ବଢ଼ିବାରେ ଲାଗିଛି। ଏଭଳି ଲାଗି ରହିଲେ ଟାଟା ପାୱାର ଓ ଜନ ସାଧାରଣ ଭିତରେ କେତେବେଳେଯେ କେଉଁ ରୂପ ଧାରଣ କରିବ, କହିହେବନି। ଘରେ ପୁରୁଷ ଲୋକ କେହି ନଥିବା ସମୟରେ ମଧ୍ୟାହ୍ନ ବେଳାରେ ଭିଜିଲାନ୍ସ ଟିମ ନାମରେ ଘର ଭିତରକୁ ଧସେଇ ପଶିବାକୁ ନେଇ ଗାଁ ଗାଁରେ ବିରୋଧଭାଷ ବଢୁଥିବାରୁ ଟାଟା ପାୱାର ମଧ୍ୟ୍ୟ ନିଜର ଶାଳୀନତା ପ୍ରଦର୍ଶନ ଏକ ମୁଖ୍ୟ ବିଷୟ। ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଭିଜିଲାନ୍ସ ଟିମନାମରେ ଏଭଳି କାର୍ଯ୍ୟକୁ ରୋକ ଲଗାଇବାକୁ ସାଧାରଣରେ ଦାବି ଉଠିଛି। କାରଣ ଦର୍ଶାଇ କିମ୍ବା ଆଧାର ଦେଖାଇ ଘର ମାଲିକଙ୍କ ଉପସ୍ଥିତି ଓ ସମ୍ମତିରେ ଘର ଯାଞ୍ଚ ଭଳି ପଦକ୍ଷେପ ନେବାକୁ କାହାର ମଧ୍ୟ୍ୟ ବିରୋଧ ନଥିବାରୁ ବିଜୁଳି ସେବାରେ ସଂସ୍କାରକୁ ସବୁ ମହଲରେ ଗୁରୁତ୍ୱ ଦିଆଯାଉଛି।
ଅନ୍ୟ ପକ୍ଷରେ ସମ୍ବଲପୁର,ବୁର୍ଲା, ହୀରାକୁଦ, କୁଚିଣ୍ଡା ସହର ମଧ୍ୟରେ ମଧ୍ୟ୍ୟ ସମାନ ଦୁରବସ୍ଥା ଲାଗି ରହୁଛି।ଗ୍ରୀଷ୍ମ ପ୍ରଭାହ ପୂର୍ବରୁ ଯେତେଶୀଘ୍ର ହେବ ଜିଲ୍ଲା ପ୍ରଶାସନ ଟାଟା ପାୱାର କାର୍ଯ୍ୟ ଶୈଳୀ ଓ ବିଜୁଳି ସେବାକୁ ନେଇ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ କରାଯିବା ନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ