Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷ କୁ ନେଇ ବାହାମ ଗାଁ ରେ ସଚେତନତା ସଭା

ସମ୍ବଲପୁର: ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା ସଂଘର ଆହ୍ୱାନ କ୍ରମେ ବିଭିନ୍ନ ବିଜୁଳି ସମସ୍ୟାକୁଆଜି ବାହାମ ଗ୍ରାମରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ସଂଘର ବରିଷ୍ଠ ଉପଦେଷ୍ଟା ସୁବୋଧ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ସଙ୍ଘର ସାଧାରଣ ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ଏହାର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋଚନା କରି ଗ୍ରାମବାସୀଙ୍କ ଅଭିଯୋଗ ଗୁଡିକୁ ଲିପିବଦ୍ଧ କରିଥିଲେ।
ବର୍ତ୍ତମାନ ପିଲାଙ୍କ ପରୀକ୍ଷା ସମୟ ଓ ରୌଦ୍ରତାପ ବୃଦ୍ଧି ପାଇଥିବା ବେଳେ ଏରିଅର ବିଲ ନାମରେ ଟିପିଡବ୍ଲୁଓଡିଏଲ ର ଶୋଷଣ,ଜୁଲୁମ,ବିଦ୍ୟୁତ ବିଛିନ୍ନ ଭଳି ଆଇନ ବିରୁଦ୍ଧରେ କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଇ ତୁରନ୍ତ ଏହା ବନ୍ଦ ନହେଲେ ଜନ ଆନ୍ଦୋଳନକୁ ଓଲ୍ଲାଇବାକୁ ବାଧ୍ୟ ହେବେ ବୋଲି କହୁଛନ୍ତି। ଏପରିକି ସ୍ମାର୍ଟ ମିଟରକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବିଭିନ୍ନ ସମସ୍ୟା ମଧ୍ୟରେ ସ୍ମାର୍ଟ ମିଟରକୁ ବିରୋଧ କରି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା, ଏରିଅର ବିଲ ନାମରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା, ବାପା ଅଜାଙ୍କ ନାମରେ ଏରିଅର ବିଲ ଗଡୁଥିବା ଦର୍ଶାଇ ନୁଆଁ ଉପଭୋକ୍ତାନକୁ ବିଜୁଳି ସଂଯୋଗ ନଦେବା, ଅତ୍ୟଧିକ ବିଲ କାହିଁକି ଆସୁଛି ତାହାର ପ୍ରମାଣ କରିବା, କୌଣସି କାରଣ ନଥାଇ ବିଜୁଳି କାଟ ନକରିବା, ଟ୍ରାନ୍ସଫରମର କୌଣସି କାରଣରୁ ଅଚଳ ହେଲେ ଗ୍ରାମବାସୀ ବା ପଡ଼ାବାସୀଙ୍କଙ୍କ ଉପରେ ଆର୍ଥିକ ବୋଝ ନଳଦି ଟିପିଡବ୍ଲୁଡିଏଲ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ନିଜେ ଏହାର ଉତ୍ତର ଦାୟିତ୍ୱ ନେବା, ଏରିଅର ବିଲ ନାମରେ ଭିଜିଲାନ୍ସ ଟିମ ବାହାନାରେ ଜୁଲୁମ ଓ ଗ୍ରାମ ମଧ୍ୟରେ ଜନ ଅସନ୍ତୋଷକୁ ବନ୍ଦ କରିବା, ପାଣି ପଞ୍ଚାୟତକୁ ଆଳ କରି କୌଣସି ଉପଭୋକ୍ତାଙ୍କୁ ଅଯଥା ହଇରାଣ ନକରିବା, ବିଛିନ୍ନ କରାଯାଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଅବିଳମ୍ଭେ ବିଜୁଳି ସଂଯୋଗ ଦେବା ଭଳି ଯୁକ୍ତିଯୁକ୍ତ ଦାବି ରଖି ସଭାରେ ଆଲୋଚନା ହୋଇଥିଲା।
ଏହି ସଭାରେ ଅଶ୍ୱିନୀ କୁମାର ନାଏକ, ପ୍ରଣବନ୍ଧୁ ନାଥ, ଆଶିଷ କୁମାର ନାଏକ, ଦୁଷ୍ମନ୍ତ କୁମାର ପଣ୍ଡା, ମହାଦେବ ବେହେରା, ପ୍ରଫୁଲ୍ଲ ପରମାଣିକ, କୃଷ୍ଣ ଚନ୍ଦ୍ର ମେହେର,ଅଶୋକ କୁମାର ପୁରୋହିତ, , ପ୍ରମୋଦ କୁମାର ମିଶ୍ର,ଦେବାନନ୍ଦ ଭୋସାଗର, , ପ୍ରଫୁଲ୍ଲ କୁମାର ପଣ୍ଡା,ପ୍ରମୋଦ କୁମାର ମିଶ୍ରଙ୍କ ଓ ଝସକେତନ ନାଏକ,କପିଳ ପ୍ରଧାନ,ରବି ନାରାୟଣ ପଟେଲ, ରାଜା ନାଏକ,ପ୍ରମୁଖ ଅଂଶ ଗ୍ରହଣ କରି ଟାଟା ପାୱାର ବିରୋଧରେ ଖୋଲାଖୋଲି ବିଭିନ୍ନ ଅଭିଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ