Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହିଦାରକଟା ଗ୍ରାମରେ ନବନିର୍ମିତ କଣ୍ଟେଶ୍ୱର ବାବା ମନ୍ଦିର ପ୍ରତିଷ୍ଠା

ସମ୍ବଲପୁର: ମାନେଶ୍ୱର ବ୍ଲକ ତବଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବହିଦାରକଟା ଗ୍ରାମରେ ନବନିର୍ମିତ କଣ୍ଟେଶ୍ଵର ବାବା ଶିବ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ଗତ ୨୭ ତାରିଖରେ କଳସ ଆବାହନ କାର୍ଯ୍ୟକ୍ରମରୁ ଆରମ୍ଭ କରି ୨ ତାରିଖରେ ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହିଦାରକଟା ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନିର୍ମିତ ଏହି ଶିବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମରେ ମୂଖ୍ୟ ପୂଜକ ଭାବରେ ପଣ୍ଡିତ ଯୁଗଳ କିଶୋର ରଥ ଦାୟିତ୍ତ୍ୱ ତୁଲାଇଥିବା ବେଳେ କର୍ତ୍ତା ଭାବରେ ରାଜେଶ୍ ଅଗ୍ରୱାଲ, ରଘୁନନ୍ଦନ ପଧାନ, ନିକୁଞ୍ଜ ବିହାରୀ ନାଏକ, ଉମେଶ ଚନ୍ଦ୍ର ପଧାନ, ବିପିନ ବିହାରୀ ଭୋଇ, ଡୁଲେଶ୍ୱର ସାହୁ, ଆଦିତ୍ୟ ପ୍ରସାଦ ନାୟକ, ଅଭିମନ୍ୟୁ ପଧାନ, ପରୀକ୍ଷିତ ମଲ୍ଲିକ, ପ୍ରଦୀପ ଅଗ୍ରୱାଲ ଓ ଓମ୍ ପ୍ରକାଶ ଅଗ୍ରୱାଲ ସପତ୍ନୀକ ଦାୟୀତ୍ଵ ନିର୍ବାହ କରିଥିଲେ। ପୂଜାକର୍ମ ସହିତ ପ୍ରତ୍ୟହ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ କୀର୍ତ୍ତନ, ଭଜନ ସମାରୋହ, ଆଧୁନିକ କୃଷ୍ଣଗୁରୁ, ସଂଚାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧ ତାରିଖରେ ପୁରୀରୁ ଆସିଥିବା ମହାବାହୁ ଭଜନ ସନ୍ଧ୍ୟା ତରଫରୁ ସୁକଣ୍ଠୀ ଗାୟିକା ଅଞ୍ଜଳି ମିଶ୍ର, ଇଶ୍ୱରି ବେହେରା, ତୃପ୍ତିମୟୀ ଦାସ ଓ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ସୌଭାଗ୍ୟ ମିଶ୍ର ଏବଂ ପ୍ରତିଷ୍ଠିତ ଗାୟକ ଆଲୋକ କୁଣ୍ଡୁଙ୍କ ଭଜନ ପରିବେଷଣ ସହସ୍ରାଧିକ ଶ୍ରଦ୍ଧାଳୁ ବିମୋହିତ ହୋଇଯାଇଥିଲେ। ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବହିଦାରକଟା ଗ୍ରାମର ସୁଶାନ୍ତ ପଧାନ, ଗୌର ଗୋପାଳ ନାଏକ, ହିମାଂଶୁ ବାରିକ, ନିକୁଞ୍ଜ ବିହାରୀ ନାଏକ, ଯତୀନ୍ଦ୍ର ସାହୁ, ରବି ନାଏକ, ବଂଶୀଧର ପଧାନ, ତ୍ରିଦେବ ଭୋଇ, ଉପେନ୍ଦ୍ର ପଧାନ ପ୍ରମୁଖଙ୍କ ସହଯୋଗରେ ସମଗ୍ର ଗ୍ରାମବାସୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ