Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗ ପକ୍ଷରୁ ଅଗ୍ନି ନିରାପଦ ପାଇଁ ସଚେତନତା

ସମ୍ବଲପୁର:ଜମନକିରା ରେଞ୍ଜ ଜମନକିରା ବନ୍ୟ ପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ବନ ବିଭାଗ ପକ୍ଷରୁ ଅଗ୍ନି ନିରାପଦ ପାଇଁ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଙ୍କୁ ନିଆଁ ଦାଉରୁ ରକ୍ଷା କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ସହିତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜମନକିରା ବନ୍ୟ ପ୍ରାଣୀ ବନାଞ୍ଚଳ ଅଧିକାରୀ ଶେଷ ସାମଲଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟିକିଲିପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ସହିତ ଛାତ୍ରୀ ମାନେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ବନ ଅଧିକାରୀ ଛାତ୍ରୀଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ ମନୁଷ୍ୟ ଜୀବନରେ କଣ କଣ ସମସ୍ୟା ଦେଖିବାକୁ ମିଳେ, ଜଙ୍ଗଲରେ ନିଆଁ ଲାଗିଲେ ଜଙ୍ଗଲୀ ଜୀବଜନ୍ତୁ ସହିତ ବଣ କିଭଳି ପ୍ରଭାବିତ ହୋଇଥାଏ ସେ ସମ୍ପର୍କ ରେ ଛାତ୍ରୀଙ୍କୁ ଅଭିଭାଷଣ ମାଧ୍ୟମରେ ଜଣାଇଥିଲେ। ସେହିପରି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିଜ ଅଭିଭାଷଣରେ ଛାତ୍ରୀଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲ ବଞ୍ଚିଲେ ମଣିଷ ବଞ୍ଚିବ ଓ ଜଙ୍ଗଲ ନଷ୍ଟ ହେଲେ ମଣିଷର କିଭଳି କ୍ଷତି ହୋଇଥାଏ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରୀଙ୍କୁ ଅବଗତ କରିଥିଲେ। ସେହିପରି ବିଦ୍ୟାଳୟ ଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ରେଲି ମାଧ୍ୟମରେ ନଗର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ