Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାକୁମ୍ଭରେ ଭିନ୍ନ ନଜର :ମାନବ ସେବା ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ସୁରେନ୍ଦ୍ରନାଥ ପାଠକ

ସମ୍ବଲପୁର:ମହାକୁମ୍ଭ ସମୟରେ ସାମ୍ନାକୁ ଆସିଥିଲା ସାମାଜିକ ଦାୟିତ୍ୱର ଏକ ଭିନ୍ନ ନଜର। ଏହି ଅଦ୍ଭୁତପୂର୍ବ ମହାକୁମ୍ଭରେ କୋଟି କୋଟି ତୀର୍ଥାଳୁ ଭକ୍ତିଭାବରେ ପ୍ରୟାଗରାଜ, ଅଯୋଧ୍ୟା ଓ କାଶୀ ବିଶ୍ଵନାଥଙ୍କ ଦର୍ଶନ କରିଥିବାବେଳେ ଉଭୟ ସରକାରୀ ଓ ସ୍ୱେଚ୍ଛାକୃତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ନିସ୍ୱାର୍ଥପୂର୍ଣ ସେବା ମଧ୍ଯ କିଛି କମ୍ ଅଭିନନ୍ଦନର ବିଷୟ ନୁହେଁ । ଏହି ସବୁ ତୀର୍ଥ ସ୍ଥଳରେ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସ୍ଥଳମାନଙ୍କୁ ଯୋଗ କରୁଥିବା ମାର୍ଗରେ ବିଭିନ୍ନ ସ୍ଥାନମାନଙ୍କରେ ଜଳଯୋଗ, ସାମୟିକ ବିଶ୍ରାମ ପାଇଁ ଆଶ୍ରୟ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ବିନା ପ୍ରତିଦାନର ଆଶାରେ କରୁଥିବା ଏଭଳି ଅନେକ ଲୋକଙ୍କ ମଧ୍ୟରୁ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲା ଅନ୍ତର୍ଗତ ମେୟୁପୁର୍ ଅଞ୍ଚଳର ଭଲୁଉଁ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ପାଠକ ଏଭଳି ଜଣେ ସ୍ଵୟଂକ୍ରିୟ ବ୍ୟକ୍ତିତ୍ୱ ଛତିଶଗଡ଼ ରାଜ୍ୟ ସଂଲଗ୍ନିତ ଉତ୍ତର ପ୍ରଦେଶ ରାଜ୍ୟର ଏହି ସୀମାନ୍ତବର୍ତ୍ତୀ ଏହି ତଫସିଲଭୁକ୍ତ ଜନଜାତିବହୁଳ ଭଲୁଉଁ ଗ୍ରାମରେ ଶ୍ରୀ ପାଠକ ଜୁଲାଇ ୨୦୦୦ ମସିହାରୁ ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ। ପଶ୍ଚିମ ଓଡ଼ିଶାରୁ ସୁନ୍ଦରଗଡ଼, ତଲ୍ହରା, ବାଲି ଶଙ୍କରା ଦେଇ ଛତିଶଗଡ଼ର ଅମ୍ବିକାପୁର, ପ୍ରତାପଗଡ଼ ମଧ୍ୟଦେଇ ୟୁପି ରାଜ୍ୟ ଗଲାବେଳକୁ ଏହି ଛୋଟିଆ ଗ୍ରାମ ପଡ଼େ। ୟୁପି ରାଜ୍ୟର ମିର୍ଜାପୁର ଜିଲ୍ଲାର
ହିନୌତା ଗ୍ରାମର ମୂଳ ନିବାସୀ ଶିକ୍ଷକତା ପାଇଁ ନିଜ ଗାଁ ଠାରୁ ପ୍ରାୟ ୧୦୦ କିମି ଦୂରରେ ରହୁଥ‌ିବା ଏହି ଭଲୁଉଁ ଗ୍ରାମରେ ଶ୍ରୀ ପାଠକ ଅପେକ୍ଷାକୃତ ଭାବରେ ଅଶିକ୍ଷିତ ଅଞ୍ଚଳରେ ଶିକ୍ଷକତା ସହ ବିଭିନ୍ନ ଜନ ସଚେତନାତ୍ମକ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ସଂପ୍ରତି ଏହି ମହା କୁମ୍ଭ ସମୟରେ ନିଜ ପ୍ରାଥମିକ ବିଦ୍ୟାଳୟର ବରଣ୍ଡାରେ ଏହି ରାସ୍ତାଦେଇ କୁମ୍ଭମେଳା ସକାଶେ ଯାଉଥିବା ଯାତ୍ରୀମାନଙ୍କୁ ଶ୍ରୀ ପାଠକ ଆଶ୍ରୟ ଦେଇଛନ୍ତି ଏବଂ ଆବଶ୍ୟକୀୟ ସେବା ମଧ୍ୟ ଦେଇଛନ୍ତି। ଏଥିପାଇଁ ତାଙ୍କୁ ଦରକାର ପଡ଼ିନାହିଁ କୌଣସି ସରକାରୀ ଆଦେଶ ବା ତାଙ୍କ
ମନରେ ଆସି ନାହିଁ କୌଣସି କ୍ଳେଶ। ଅନାବିଳ ଭାବରେ ସେ ଶହ ଶହ ଲୋକଙ୍କୁ ଦେଇଋଲିଛନ୍ତି ଏହି ସ୍ଵୟଂ ପ୍ରେରିତ ସେବା। କାହାକୁ ରାତ୍ରୀଯାପନରେ ସହାୟତା କରିଛନ୍ତି ତ ଆଉ କାହାକୁ ପ୍ରୟାଗରାଜ୍, ଅଯୋଧ୍ୟା ଓ କାଶୀ ବିଶ୍ଵନାଥଙ୍କ ସଠିକ୍ ଗତିପଥ ବତେଇଛନ୍ତି। ଶ୍ରୀ ସୁରେନ୍ଦ୍ରନାଥ ପାଠକ ଗାନ୍ଧୀଜୀଙ୍କ ରାଜନୈତିକ ଗୁରୁ ଗୋଖୁଙ୍କ ଦ୍ଵାରା ପ୍ରତିଷ୍ଠିତ ‘ସାର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ’ର ସକ୍ରୀୟ ସଭ୍ୟ ହୋଇଥିବାରୁ ପୂର୍ବରୁ ଅନାଥାଶ୍ରମ ସେବା ଓ ଅନ୍ୟାନ୍ୟ ଜନସେବାରେ ନିଜକୁ ନିୟୋଜିତ କରିଆସିଥୁବା କଥା ପ୍ରକାଶ କରିଛନ୍ତି।