ଝାରସୁଗୁଡା ଉପନିର୍ବାଚନ; ଆଜି କମ୍ପିବ ପ୍ରଚାର ମୈଦାନ; ମୈଦାନକୁ ଓହ୍ଲେଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 


ଝାରସୁଗୁଡା: ଆଉ ତିନି ଦିନ ପରେ ଝାରସୁଗୁଡା ଉପନିର୍ବାଚନ। କମ୍ପୁଛି ପ୍ରଚାର ମୈଦାନ। ଭୋଟରଙ୍କୁ ମନାଇବାକୁ ସବୁ ଦଳ ମାତିଛନ୍ତି। ଆଜି ଝାରସୁଗୁଡ଼ାରେ ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିବ ।

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ନିଜ ଦଳ ପାଇଁ ପ୍ରଚାର କରିବେ ନବୀନ ଓ ଧର୍ମେନ୍ଦ୍ର। ସାଧାରଣ ସଭା ଓ ରୋଡ ଶୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ୍‌ ଅପିଲ୍‌ । ନବୀନଙ୍କ ପ୍ରଚାର ପାଇଁ ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ବିରାଟ ସମାବେଶର ଆୟୋଜନ କରାଯାଇଛି ।

ଅପରାହ୍ନ ୪ଟାରେ ଝାରସୁଗୁଡ଼ା ପୁରୁଣା ସର୍କିଟ୍‌ ହାଉସ୍‌ପଡ଼ିଆରେ ଜନ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ମେ ୧୦ରେ ଝାରସୁଗୁଡା ନିର୍ବାଚନ। ୧୩ରେ ବାହାରିବ ନିର୍ବାଚନୀ ଫଳ।