Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲରୁ ରାଜସ୍ବ ବିଭାଗର ନୂଆ ଆପ୍ ଅବହେଳା କଲେ ଧରାପଡ଼ିବେ ଅଧିକାରୀ

ସମ୍ବଲପୁର: ରାଜସ୍ୱ ବିଭାଗ ନେଇଛି ବଡ଼ ନିଷ୍ପଭି ।ଏପ୍ରିଲରୁ ଆରମ୍ଭ ହେବ ନୂଆ ଆପ୍ । ଲୋକଙ୍କୁ ଆଉ ତହସିଲ ଯିବାକୁ ପଡ଼ିବ ନାହିଁ । ଆପ୍ ଜରିଆ ଜରିଆରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକା କାରୀ ଏହି ସୁବିଧା ପାଇପାରିବେ । ଅବହେଳା କଲେ ଅଧିକାରୀମାନେ ଧରାପଡ଼ିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଲୋକମାନେ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ପାଇଁ ପାଇଁ ତହସିଲ ଅଫିସକୁ ଯାଉଥିଲେ । ତହସିଲଦାରଙ୍କ ପାଖ ଖରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲେ। ଆପ୍ ଆସିବା ପରେ ଲୋକଙ୍କୁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମୋବାଇଲରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ। ମୋବାଇଲରେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁଓ କେଉଁ ଯୋଜନା ପାଇଁ ଆବେଦନ କରୁଛନ୍ତି, ଏ ସମସ୍ତ ତଥ୍ୟ ପଞ୍ଜିକୃତ ହୋଇ ରହିବ । କେଉଁ ପ୍ରମାଣପତ୍ର କେତେ ସମୟରେ ମିଳିବ, ସେଥ‌ିପାଇଁ ସମୟ ଧାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ ସମୟରେ ପ୍ରମାଣପତ୍ର ମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ I କେଉଁ ତହସିଲଦାରଙ୍କ ଦ୍ୱାରା କେଉଁ ତହସିଲରେ ଏହି ସୁଯୋଗ ଠିକ ସମୟରେ ମିଳିଲା ନାହିଁ,ତାହା ଶୀଘ୍ର ଜଣାପଡିବ।ଉପଭୋକ୍ତା ମ ସେବା ପାଇବା ପ୍ରକ୍ରିୟା ଶେଷ ହେବା ପରେ ଏ ବାବଦରେ ତହସିଲ ଆପରେ ଅପଲୋଡ଼ କରିବେ । ଏହି ତଥ୍ୟ ଆବେଦନକାରୀ ଘରେ ବସି ଡାଉନଲୋଡ୍ କରିପାରିବେ । ପ୍ରମାଣପତ୍ରକୁ ବ୍ୟବହାର କରିପାରିବେ । ସାଧାରଣ ଲୋକ ଓ ରାଜସ୍ୱ ସେବା ମଧ୍ୟରେ ଥିବା ବାଧକ ଦୂର ହେବ । ରାଜସ୍ୱ ସେବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ରାଜସ୍ୱ ସେବା ହୋମ ଡେଲିଭରୀ କରିବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ଏହି ସସସ୍ତ ସେବା ଅନଲାଇନ୍‌ରେ ଇ-ଡିଷ୍ଟ୍ରିକ୍ଟରେ ମିଳୁଛି। ମାତ୍ର ଲୋକଙ୍କୁ ଆହୁରି ଅଧିକ ସୁବିଧା କରିବା ପାଇଁ ଏହି ଆପ୍ ଆସିବ । ଉନ୍ମୋଚନ ହେବା ସମୟରେ ହିଁ ଆପ୍‌ର ନାମ ଘୋଷଣା କରାଯିବ ।
କେବଳ ସେତିକିରେ ନୁହେଁ, ତହସିଲ ଓ ରାଜସ୍ବ କାର୍ଯ୍ୟାଳୟ ଗୁଡିକରେ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତି ମଧ୍ୟ୍ୟ ଜାଣିବା ଓ ସେନେଇ ବିଭାଗ ସଂସ୍କାର ଆଣିବାକୁ ପ୍ରୟାସ ଆରମ୍ଭ କରିଛି। ରାଜସ୍ବ ସେବା ଏକ ଗୁରୁତ୍ୱପୂର୍ଣ୍ଣ ସେବା ହୋଇଥିବାରୁ ଅଧିକାରୀ ଓ କର୍ମଚାରୀ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରଖିବା ସହିତ ଲଗାମ ମଧ୍ୟ୍ୟ ରଖାଯିବ। ଦିନକୁ ୮ ଘଣ୍ଟା କାମ କରିବାକୁ ସମସ୍ତଙ୍କୁ ପଡିବ। ଏହି ସମୟ ନିର୍ଘଣ୍ଟକୁ ଅବହେଳା କଲେ ଦୈନିକ ଦରମା ର ଅଧା ଦିଆଯିବ। କୌଣସି କାମ ନଥାଇ ବା କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଲେ ସେହି ଦିନର ଦରମା ବନ୍ଦ କରାଯିବାକୁ ତାଙ୍କ ବିଭାଗ କାର୍ଯ୍ୟ କରିବ ବୋଲି ସମ୍ବଲପୁର ଠାରେ ଏହି ପ୍ରତିନିଧିଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଝାରୀ ସୂଚନା ଦେଇଛନ୍ତି। ରାଜ୍ୟ ବାସୀଙ୍କ ନିକଟରେ ରାଜସ୍ବ ସେବାକୁ ନିକଟତର ଓ ସୁଗମ କରିବାକୁ ରାଜ୍ୟ ସରକାର ବିଚାର କରୁଥିବାରୁ ଜନହିତ ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣକୁ ଆଦରିନେବାକୁ ପଡୁଛି ବୋଲି ମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ