Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶାର ଜ୍ବାଇଁ ହୋଇ ମୁଁ ଗର୍ବିତ; ସିଜେଆଇ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼। ଶନିବାର କଟକର ଜୁଡିସିଆଲ ଏକାଡେମୀରେ ଡିଜିଟାଇଜେସନ, ପେପରଲେସ କୋର୍ଟ ଓ ଇ-ଇନିସିଏଟିଭ୍ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। ତେବେ ସିଜେଆଇଙ୍କ ମୁହଁରେ ଓଡ଼ିଶାର ପ୍ରଶଂସା ଶୁଣିବାକୁ ମିଳିଛି। ସେ ଓଡ଼ିଶାକୁ ପ୍ରଶଂସା କରି କହିଛନ୍ତି ଯେ ଓଡ଼ିଶାର ଜ୍ୱାଇଁ ହୋଇ ମୁଁ ଗର୍ବିତ ମନେ କରୁଛି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସଭାରେ କହିଥିଲେ ଯେ ସେ ବହୁଥର ଭୁବନେଶ୍ୱର ଓ କଟକ ଆସିଛନ୍ତି । ଆଉ ଗର୍ବର ସହିତ ମୁଁ ଓଡ଼ିଶା ଜ୍ୱାଇଁ ବୋଲି କହିଥିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ତାଙ୍କ ମୁହଁରୁ ଏହି କଥା ବାହାରିବା ପରେ ପୂରା ହଲ୍ କରତାଳିରେ ଫାଟି ପଡ଼ିଥିଲା । ସୂଚନା ଅନୁସାରେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ତାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ଓଡ଼ିଶା ଝିଅ କଳ୍ପନା ଦାଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।