ଛାଡି ଚାଲିଗଲେ ପୂର୍ବତନ ସୈନିକ ନାଏକ୍ ତପନ୍ କୁମାର ମହାପାତ୍ର


ସମ୍ବଲପୁର:ସମ୍ବଲପୁର ମହାନଗର ୩୯ ନମ୍ବର ୱାର୍ଡ ଠେମରା ର ପୂର୍ବତନ ସୈନିକ ନାଏକ୍ ତପନ କୁମାର ମହାପାତ୍ର ଙ୍କ ପରଲୋକ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା I ଛତିଶଗଡ଼ ରାଜ୍ୟ ରାୟପୁର ଠାରେ ଭାରତୀୟ ତୈଳ ନିଗମରେ କାର୍ଯ୍ୟରତ ତପନ୍ କୁମାର ମହାପାତ୍ର ରକ୍ତଚାପ ଜନିତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ I ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା I ରାୟପୁର ଠାରୁ ତାଙ୍କ ମରଶରୀରକୁ ଠେମରାକୁ ଅଣା ଯାଇଥିଲା I ତାଙ୍କର ପରିବାର ଜ୍ଞାତି କୁଟୁମ୍ବ, ଠେମରାବାସୀ ଜନସାଧାରଣ ଏବଂ ପୂର୍ବତନ ସୈନିକ ସଂଗଠନର କର୍ମକର୍ତ୍ତା ବୃନ୍ଦ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଠେମରା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା I ତାଙ୍କର ଭାଇ ରଞ୍ଜନ ମହାପାତ୍ର ମୁଖାଗ୍ନି ଦେଇଥିଲେ I ସ୍ବର୍ଗତ ମହାପାତ୍ର ଜଣେ ମେଲାପୀ ଓ ପରୋପକାରୀ ଯୁବକ ଥିଲେ I ରାଜଘାଟରେ ହୀରାଖଣ୍ଡ ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଗଠନର କର୍ମକର୍ତ୍ତା ଅଶ୍ୱିନୀ ମହାପାତ୍ର, ବିକାଶ ପଣ୍ଡା, ଶିବ ଶମ୍ଭୁ ୟାଦବ, ବାବୁଲୁ ନାଥ, ଲୋକେଶ ମେହେର ଏବଂ ଠେମରାବାସୀ ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥତ ରହି ଶେଷ ଦର୍ଶନ କରିଥିଲେ I