ଚିପିଲିମା, ଗତ ଦୁଇମାସ ତଳେ ଅର୍ଥାତ ଜାନୁଆରୀ ମାସରେ ବିଳମ୍ବିତ ରାତ୍ରିରେ ଚିପିଲିମା ଗୋଶାଳା ମଣ୍ଡଳ ବିଜେପି ସଭାପତି କରଡୋଳା ନିବାସୀ ଦେବେନ୍ଦ୍ର ନାୟକ ଓ ଉପସଭାପତି ଚାରପାଲି ନିବାସୀ ମୁରଲୀଧର ଛୁରିଆ ଭୁବନେଶ୍ୱରରୁ ଫେରୁଥିବାବେଳେ ଆମ ଶଢା କଟାପାଲି ଠାରେ ଏକ ହାଇୱାଇ ଗୋଡେଇ ଗୋଡେଇ ହତ୍ୟା କରିଥିଲା l ଘଟଣାଟି ଦୁଇମାସ ପୁରିଯାଇଥିବାବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁର ଗସ୍ତରେ ଆସି ରାତି ପ୍ରାୟ ୮ଟାରେ ପ୍ରଥମେ କରଡୋଳା ଗ୍ରାମକୁ ଆସି ଦିବଂଗତ ଦେବେନ୍ଦ୍ରଙ୍କ ପରିବାର ବର୍ଗକୁ ଭେଟି ସମବେଦନା ଜଣାଇ ପରିବାର ସହ ଆଲୋଚନା କରିଥିଲେ l ଘଟଣାଟି ଦୁଇମାସ ବିତିଯାଇଥିଲେ ହେଁ ହତ୍ୟା ପଛର ରହସ୍ୟକୁ ପୋଲିସ ଖୁଲାସା କରିପାରିନଥିବାବେଳେ, ପୋଲିସର ତଦନ୍ତରେ ଆସନ୍ତୁଷ୍ଟ ହୋଇ ଦେବେନ୍ଦ୍ରଙ୍କ ପୁଅ ଡାକ୍ତର ରୋହନ ନାୟକ କ୍ଷୋଭ ପ୍ରକାଶ କରି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି l ଏହାପରେ ମୁଖ୍ୟମନ୍ତ୍ରୀ ଚାରପାଲି ସ୍ଥିତ ଦିବଂଗତ ନେତା ମୁରଲୀଙ୍କ ବାସଭବନକୁ ଯାଇ ପରିବାରବର୍ଗ ଙ୍କୁ ଭେଟି ସମବେଦନା ଜଣାଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ସାତୁପାଲି ଛକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବସନ୍ତପୁର ପଞ୍ଚାୟତ ବାସୀ ସ୍ଥାୟୀ ଜମି ଓ ଘରପଟ୍ଟା ଦାବିରେ ଏକ ଦାବିପତ୍ର ଦେଇଥିବା ଜଣାପଡିଛି l ସେହିପରି କରଡୋଳା ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା l କରଡୋଳା ଓ ଚାରପାଲି ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଜନସାଧାରଣ ଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିବାବେଳେ, ଅଞ୍ଚଳ ଚଳଚଞ୍ଚଳ ହୋଇଥିଲା lମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ସାଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ରେଙ୍ଗାଲି ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦେର, ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ l ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ଅଧିକାରୀ ସହ ପୋଲିସ ଫୋର୍ସ ମୁତୟନ ଥିଲେ l
ଗତ ଦୁଇମାସ ତଳେ ହାଇୱା ଚଢାଇ ହତ୍ୟା କରାଯାଇଥିବା ଦୁଇ ବିଜେପି ନେତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ -ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ପରିବାର ଲୋକେ
