Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି:ସମ୍ବଲପୁର ଜିଲ୍ଲାରୁ ପାଇଲେ ୨,୬୭,୭୬୦ଜଣ ହିତାଧିକାରୀ

lସମ୍ବଲପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ପ୍ରାୟ ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରେରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମ ର ମିଳିତ ଆନୁକୁଲ୍ୟ ରେ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି-ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, ସମ୍ମାନିତ ଅତିଥି-ମାନ୍ୟବର ବିଧ।ୟକ, ସମ୍ବଲପୁର ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ମହାନଗର ନିଗମ ର ଅତିରିକ୍ତ ଆୟୁକ୍ତ ସରୋଜିନୀ କୁଲ୍ଲୁ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, ସୁଭଦ୍ରା ମା’, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱେଚ୍ଛାସେବୀ, ଆଶା କର୍ମୀ ପ୍ରମୁଖ ଆଭାସୀ ମାଧ୍ୟମରେ ସମାରୋହ ରେ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ ଯୋଗଦେଇ କହିଥିଲେ, ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବାକୁ ଓ ସୁଭଦ୍ରା ଅର୍ଥ ରାଶି କୁ ଉପଯୁକ୍ତ ବିନିଯୋଗ କରିବାକୁ ପର।ମର୍ଶ ଦେଇଥିଲେ ଓ ବିକଶିତ ଓଡିଶା ଓ ବିକଶିତ ଭରତ ଗଠନରେ ଭାଗୀଦାରୀ ହେବ ପାଇଁ ଉତ୍ସାହିତ କରିଥିଲେ । ।ମହିଳା ମାନଙ୍କର ଅଭିବୃଦ୍ଧି ପାଇଁ ସରକାର ସଦାସର୍ବଦା କାର୍ଯ୍ୟରତ ଅଛନ୍ତି, ହେଲେ ବିକାଶ କରିବାକୁ ହେଲେ ଆମକୁ ନିଜକୁ ପ୍ରଥମେ ପ୍ରୟାସ କରିବାକୁ କରିବାକୁ ତେବେ ଯାଇ ଆମର ଉନ୍ନତି ହୋଇପାରିବ ବୋଲି ଶ୍ରୀ ନାଏକ ମା’ ମାନଙ୍କୁ ଆହ୍ଵାନ ଦେଇଥିଲେ। ସୁଭଦ୍ରା ଆଜି ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ପହଂଚିଛି।ସୁଭଦ୍ରା ମା’ ମାନଙ୍କର ସମସ୍ଯା ସମାଧାନ ପାଇଁ କୁହ ସୁଭଦ୍ରା ଓ ଶୁଣ ସୁଭଦ୍ରା ର ଆରମ୍ଭ ହୋଇଛି।ଯେଉଁ ମାନେ କୌଣସି କାରଣ ଯୋଗୁ ସୁଭଦ୍ରା ଯୋଜନା ରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କର ସମସ୍ଯା ସମାଧାନ ମାର୍ଚ୍ଚ ୩୧ ଭିତରେ କରିବାକୁ ସରକାର ପ୍ରଚେଷ୍ଟା କରୁଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ।
ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧ।ୟକ, ସମ୍ବଲପୁର ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ଯୋଗ ଦେଇ ମହିଳା ମାନଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ର ଶୁଭେଚ୍ଛା ଜଣାଇ ଥିଲେ ଓ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟକି, ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବମୋଟ ୨,୬୭,୭୬୦ଜଣ ହିତାଧିକାରୀ ଙ୍କୁ ସୁଭଦ୍ରା ଯୋଜନା ର ରାଶି ପ୍ରାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯକ୍ରମ ରେ ଜିଲ୍ଲା ର ୬ ଜଣ ଅଙ୍ଗନୱାଡ଼ି କର୍ମୀ ଙ୍କୁ ତାଙ୍କର ପ୍ରଶଂସନୀୟ କାମ ପାଇଁ ପୁରସ୍କୃତ କର।ଯାଇଥିଲ।ଏହି ଅବସର ରେ ଜିଲ୍ଲା ର ମହିଳା ସ୍ୱେଚ୍ଛାସେବୀ ମାନେ ଯଥା ଝରଣା ମିଶ୍ର ,ସୁନିତା ତ୍ରିପାଠୀ,ବାଣୀ ମହାପାତ୍ର ଆଦି ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ) ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଆୟୁକ୍ତ, ଏସଏମସି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।